ଭଦ୍ରକ ଅଫିସ,୨୨।୭: ଭଦ୍ରକ ଜାନୁଗଞ୍ଜ ସ୍ଥିତ ଶନି ମନ୍ଦିରରୁ ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ମନ୍ଦିର ଦାନବାକ୍ସକୁ ଭାଙ୍ଗି ଟଙ୍କା ନେଇ ବାହାରେ ଫିଙ୍ଗି ଦେଇଛନ୍ତି। ତେବେ ଏହି ଚୋରି ସମୟର ଭିଡିଓ ସିସିଟିଭିରେ କଏଦ ହୋଇଛି। ଭଦ୍ରକ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏପରିକି ଠାକୁରଙ୍କ ମୁକୁଟ, ପୂଜା ସାମଗ୍ରୀ ସହ ଅନେକ ଜିନିଷ ଚୋରି ହୋଇଥିବା ଜଣାପଡ଼ିଛି।
ଗୁରୁବାର ସକାଳେ ମନ୍ଦିରକୁ ଆସିଥିବା କେତେଜଣ ଲୋକ ଦାନବାକ୍ସ ବାହାରେ ପଡ଼ିଥିବା ଦେଖିଥିଲେ। ପରେ ମନ୍ଦିର ଗ୍ରୀଲ ଖୋଲା ଯାଇଥିବା ଦେଖିବାକୁ ମିଳିଥିଲା। ମନ୍ଦିରରୁ ଚୋରି ହୋଇଥିବା ନେଇ ପ୍ରଚାର ହେବା ପରେ ଲୋକେ ରୁଣ୍ଡ ହୋଇଯାଇଥିଲେ। ମନ୍ଦିରରୁ ପୂର୍ବରୁ ମଧ୍ୟ ଅନେକ ଥର ଚୋରି ହୋଇଥିବା ନଜରକୁ ଆସିଛି। କେଉଁଭଳି ଭାବେ ଚୋରମାନେ ମନ୍ଦିର ତାଲା ଭାଙ୍ଗି ଚୋରି କରିଛନ୍ତି, ତାହା ସିସିଟିଭିରେ କଏଦ ହୋଇଛି। ପୋଲିସ ସିସିଟିଭି ଆଧାରରେ ତଦନ୍ତ ଚଳାଇଛି।