Advertisement

୧୮୦ ସ୍ପିଡ୍‌ରେ ପିଟିହେଲା ଅଭିନେତା ଅଜିତଙ୍କ କାର୍, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୭।୧: ଦୁର୍ଘଟଣାର ଶିକାର ହୋଇଛନ୍ତି ତାମିଲ ଅଭିନେତା ଅଜିତ କୁମାର। ଦୁବାଇର ୨୪ ହାୱାର ରେସ୍ ୨୦୨୫ ପାଇଁ ପ୍ରସ୍ତୁତି କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ତେବେ ଏଥିରେ ତାଙ୍କର ବିଶେଷ କିଛି କ୍ଷତି ହୋଇ ନ ଥିବା କୁହାଯାଉଛି।

ଅଜିତ କୁମାର ଦୁବାଇର ୨୪ ହାୱାର ରେସ୍ ୨୦୨୫ ରେ ଭାଗ ନେବାକୁ ପ୍ରସ୍ତୁତ ଅଛନ୍ତି। ତେବେ ମୁଖ୍ୟ ରେସ୍ ପୂର୍ବରୁ ଅଜିତ ମଙ୍ଗଳବାର ଅଭ୍ୟାସ କରିବା କରିବାକୁ ବାହାରିଥିଲେ। କିନ୍ତୁ ଏହି ଅଭ୍ୟାସ ସମୟରେ ସେ ଏତେବଡ଼ ଦୁର୍ଘଟଣାର ଶିକାର ହେବେ ବୋଲି କେହି ଭାବି ନ ଥିଲେ।

ତେବେ ଏହି ଅଭ୍ୟାସ ସମୟର ଭାଇରାଲ୍ ଭିଡିଓ ଦର୍ଶାଉଛି ଯେ ଅଭିନେତା ତାଙ୍କ କାର ଉପରେ ନିୟନ୍ତ୍ରଣ ହରାଇବାକୁଏହି ଦୁର୍ଘଟଣା ଘଟିଛି। ଫଳସ୍ୱରୂପ, କାରଟି ମୁଖ୍ୟ ରାସ୍ତାର କଡରେ ଥିବା କାନ୍ଥରେ ପିଟି ହେବା ପରେ ଟ୍ରାକରେ ଘୁରୁଥିବା ଦେଖିବାକୁ ମିଳିଥିଲା ​​ଯାହା ଏକ ବଡ଼ ଧରଣର ଦୁର୍ଘଟଣାର କାରଣ ହୋଇଥିଲା।ତେବେ ଅଜିତ କୁମାର ଦୁର୍ଘଟଣାରୁ ରକ୍ଷା ପାଇଛନ୍ତି। ଅଭିନେତାଙ୍କ ପ୍ରଶଂସକମାନେ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରି ଦୁର୍ଘଟଣାର ଭିଡିଓ ସେୟାର କରିଛନ୍ତି।

https://x.com/Akracingoffl/status/1876595602945089585

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share