ଗରିବଙ୍କ ପାଇଁ ଅନୁଷ୍ଠାନ ଆରମ୍ଭ କରୁଛନ୍ତି ଥଲାପତି ବିଜୟ

ଚେନ୍ନାଇ: ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ଆଗଧାଡିର ନାୟକ ଅଭିନେତା ଥଲାପତି ବିଜୟ ଜୁଲାଇ ୧୫ରେ ଥଲାପତି ବିଜୟ ମକ୍କଲ ଇୟକ୍କମ, ଏକ ଫ୍ୟାନ କ୍ଲବରୁ ଓ୍ବେଲଫେୟାର ସଂସ୍ଥାରେ ବଦଳାଇବାକୁ ଯାଇ ଥଲପତି ବିଜୟ ଅନୁଷ୍ଠାନ ଆରମ୍ଭ କରିବାକୁ ଯାଉଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଅଭିନେତା ଜୁଲାଇ ୧୫ରେ ତାମିଲନାଡୁର ୨୩୪ ନିର୍ବାଚନ ମଣ୍ଡଳୀରେ ଥଲପତି ବିଜୟ ଅନୁଷ୍ଠାନ ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଯାଇଛନ୍ତି, ଯାହାକି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ କାମରାଜଙ୍କ ଜୟନ୍ତି। ସେ କାମରାଜ ନାମରେ ବେଶ ପରିଚିତ। କୁହାଯାଉଛି କି ବିଜୟଙ୍କ ଏହି କାମ ଗରିବ ଛାତ୍ରଙ୍କୁ ଶିକ୍ଷା ପ୍ରଦାନ କରିବାରେ ସାହାଯ୍ୟ କରିବ।

ଅଫିସିୟାଲି କୁହାଯାଇଛି ଯେ ଅଭିନେତାଙ୍କ ସାମାଜିକ ଯୋଜନା ଦିନକୁ ଦିନ ଲୋକପ୍ରିୟ ହେବାରେ ଲାଗିଛି। ଏହାପୂର୍ବରୁ ଜୁନ ମାସରେ ତାମିଲ ସିନେମା ଇଣ୍ଡଷ୍ଟ୍ରିର ଅନ୍ୟତମ ଲୋକପ୍ରିୟ ଅଭିନେତା ଥଲାପତିଙ୍କ ୪୯ତମ ଜନ୍ମଦିନ ଉତ୍ସବରେ ମଦୁରାଇରେ ପ୍ୟାକ ହୋଇଥିବା ପ୍ରେକ୍ଷାଳୟ, ବିରାଟ କେକ କାଟିବା ସମାରୋହ ଏବଂ ଗରୀବ ଲୋକଙ୍କୁ ଖାଇବାକୁ ଦିଆଯାଇଥିଲା । ତାମିଲନାଡୁର ସମସ୍ତ ଜିଲ୍ଲାରୁ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷାର ଟପର୍ସଙ୍କୁ ଉତ୍ସାହିତ କରିବାର କିଛି ଦିନ ପରେ ବିଜୟ ରାଜନୀତିରେ ଯୋଗଦେବା ନେଇ କଳ୍ପନା ଜଳ୍ପନାର ଆରମ୍ଭ ହୋଇଥିଲା। ମଦୁରାଇର କାଲାଭାସାଲ ଅଞ୍ଚଳର ଏକ ଘରୋଇ ଥିଏଟରରେ ବହୁ ସଂଖ୍ୟାରେ ଏକାଠି ହୋଇଥିବା ତାଙ୍କ ପ୍ରଶଂସକମାନେ ଥିଏଟର କର୍ମଚାରୀଙ୍କ ସହ ୫୦କିଲୋଗ୍ରାମ କେକ କାଟିଥିଲେ। କେକ ଉପରେ ଏକ ବାର୍ତ୍ତା ଲେଖାଯାଇଥିଲା, ‘ବିଜୟ ୨୦୨୬ରେ ତାମିଲନାଡୁରେ ଶାସନ କରିବେ।

Share