ସାରା ବିଶ୍ୱରେ ଏମିତି କେତେକ ରୋଗ ରହିଛି ଯାହାକି ସମ୍ପୂର୍ଣ୍ଣ ଜନ୍ମଗତ, ବଂଶାନୁକ୍ରମିକ ତଥା ଜଟିଳ ରୋଗ ଅଟେ। ସେଥିମଧ୍ୟରୁ ‘ଥାଲାସେମିଆ’ ନାମକ ରୋଗ ମଧ୍ୟ ଏକ ରକ୍ତସମସ୍ୟା ଜନିତ ବଂଶାନୁକ୍ରମିକ, ଜନ୍ମଗତ ତଥା ଜଟିଳ ରୋଗ। ଏହି ରୋଗରେ ଶରୀରରେ ରକ୍ତ କୋଷିକା ଭିତରେ ଥିବା ହିମୋଗ୍ଲୋବିନ କୋଷିକା ଗୁଡିକ ଫାଟି ନଷ୍ଟ ହୋଇଯାଏ। ତେଣୁ ବଞ୍ଚତ୍ବା ପାଇଁ ରୋଗୀକୁ ବାରମ୍ବାର ରକ୍ତ ଦେଇ ସ୍ବାଭାବିକ ଅବସ୍ଥାକୁ ଅଣାଯାଇଥାଏ, ଅର୍ଥାତ୍ ଏହି ରୋଗରେ ହିମୋଗ୍ଲୋବିନ ସ୍ବାଭାବିକ ଭାବେ ସୃଷ୍ଟି ହୋଇ ନ ପାରିବା ଏବଂ ଯେତିକି ମାତ୍ରାରେ ହିମୋଗ୍ଲୋବିନ ସୃଷ୍ଟି ହୋଇଥାଏ ତାହା ବି ଶୀଘ୍ର ନଷ୍ଟ ହୋଇଯାଏ। ତେଣୁ ରୋଗୀକୁ ବାରମ୍ବାର ରକ୍ତ ଦେବାକୁ ପଡିଥାଏ। ଏହି ଥାଲାସେମିଆ ରୋଗ ସର୍ବପ୍ରଥମେ ୧୯୨୫ ମସିହାରେ ଶିଶୁରୋଗ ବିଶେଷଜ୍ଞ ଥୋମାସ ବେଣ୍ଟନ କୁଲେ (Thomas Benton cooley)ଙ୍କ ଦ୍ୱାରା ଇଟାଲୀ ସହରରେ ଏକ ରୋଗୀଙ୍କ ଠାରେ ଚିହ୍ନଟ କରାଯାଇଥିଲା।
କାରଣ : ଏହା ଏକ ବଂଶଗତ ରୋଗ, ଯାହାକି ବାପା ଓ ମାଆଙ୍କ ଜୀବକୋଷରେ ଥାଲାସେମିଆ ଅସନ୍ତୁଳିତ ଥିଲେ ହିଁ ଉକ୍ତ ବାପା ମାଆଙ୍କ ଠାରୁ ସୃଷ୍ଟ ପିଲାଙ୍କୁ ଥାଲାସେମିଆ ହେବାର ଆଶଙ୍କା ଥାଏ। ଏକ ସ୍ବାସ୍ଥ୍ୟ ସୂଚନା ଅନୁଯାୟୀ ଓଡ଼ିଶାରେ ଥାଲାସେମିଆ ରୋଗ ପ୍ରାୟତଃ ୩ ରୁ ୫ ପ୍ରତିଶତ ଦେଖାଯାଏ। ବାପା କିମ୍ବା ମାଆଙ୍କ ମଧ୍ୟରୁ ଜଣଙ୍କଠାରେ ଥାଲାସେମିଆ ଅସନ୍ତୁଳିତ ଜନିତ ତ୍ରୁଟି ହେତୁ ସୃଷ୍ଟି ହେଉଥିବା ଥାଲାସେମିଆ ରୋଗ ଆମ ଓଡିଶାରେ ଦେଖାଦେଇଥାଏ l ଉକ୍ତ ରୋଗରେ ରୋଗୀ ଯେଉଁ ବ୍ଲଡ ଗ୍ରୁପର ହୋଇଥାଏ, ଏକା ବ୍ଲଡ ଗ୍ରୁପର ବ୍ୟକ୍ତିଙ୍କ ଠାରୁ ପ୍ରାୟତଃ ୨୦ ରୁ ୩୦ ଦିନ ମଧ୍ୟରେ ବ୍ଲଡ ନେବାକୁ ପଡିଥାଏ। ବେଳେବେଳେ ପାର୍ଶ୍ୱ ପ୍ରତିକ୍ରିୟାରୁ ବିଭିନ୍ନ ରୋଗ ସୃଷ୍ଟି ହେବାର ଆଶଙ୍କା ମଧ୍ୟ ଥାଏ। ଏହି ରୋଗ ଭଲ ହେବା ସମ୍ପୂର୍ଣ୍ଣ ଜଟିଳ l
ରୋଗ ସାଧାରଣତଃ ‘ଆଲ୍ଫା’ ଓ ‘ବିଟା’ ଏପରି ୨ ପ୍ରକାର ନାମକରଣ କରାଯାଇଛି l ଉକ୍ତ ରୋଗୀଙ୍କୁ ବାରମ୍ବାର ରକ୍ତ ଦେବାକୁ ପଡ଼ିଥାଏ। ଥାଲାସେମିଆ ରୋଗୀଙ୍କ ଶରୀରରେ ଲୋହିତ ରକ୍ତ କଣିକାଗୁଡ଼ିକ ମାତ୍ର ୩୦ଦିନ ଭିତରେ ନଷ୍ଟ ହୋଇଯାଇଥାନ୍ତି। ଥାଲାସେମିଆ ରୋଗୀଙ୍କ ଶରୀରରେ ତ୍ରୁଟିପୂର୍ଣ୍ଣ ହିମୋଗ୍ଲୋବିନ ରହିଥାଏ, ଯାହାକି ଦୀର୍ଘଦିନ ରହିନପାରି ଶୀଘ୍ର ନଷ୍ଟ ହୋଇଯାଇଥାଏ। ଏ ରୋଗରେ ବୟସ ତୁଳନାରେ ଶାରୀରିକ ବୃଦ୍ଧି ଠିକ ଭାବେ ହୋଇ ନଥାଏ। ଥାଲାସେମିଆ ସାଧାରଣତଃ ଜନ୍ମହେବାର ୬ମାସରୁ ୧ବର୍ଷ ଭିତରେ ପରୀକ୍ଷା କଲେ ହିଁ ଜଣାପଡିଯାଏ। ଜନ୍ମରୁ ଯଦି ନାହିଁ, ତେବେ ଥାଲାସେମିଆ ଶରୀରରେ ସୃଷ୍ଟି ହୁଏ ନାହିଁ। ଏହି ରୋଗରେ ସର୍ବଦା ଶରୀରରେ ୧୦ପ୍ରତିଶତରୁ ଅଧିକ ରକ୍ତ ରହିବା ଦରକାର, ନଚେତ ରୋଗୀ ଶରୀରରେ ରକ୍ତହୀନତା ଦେଖା ଦେଇ ରୋଗୀ ବଞ୍ଚତ୍ବା କଷ୍ଟ ସାଧ୍ୟ ହୋଇପଡ଼େ।
ଡା. ବସନ୍ତ କୁମାର ଷଡ଼ଙ୍ଗୀ
-ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର
ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ: ୭୮୯୪୧୧୨୪୮୭