Advertisement

ପଶ୍ଚିମ ଓଡ଼ିଶାରେ ଥମୁନି କରୋନା ପଜିଟିଭ୍‌ ସଂଖ୍ୟା, କଳାହାଣ୍ଡିରେ ଗୋଟିଏ ଦିନରେ ୮୦

ଭବାନୀପାଟଣା,୧୩।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ ଅତି ଦ୍ରୁତ ଗତିରେ ବଢ଼ିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଏହାସହ ପଜିଟିଭ୍‌ ସଂଖ୍ୟା ଦୁଇ ହଜାର ଅତିକ୍ରମ କରିଛି। ଗତ ୧୨ ତାରିଖରେ ଜିଲାରେ ୮୦ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ କଳାହାଣ୍ଡିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୯୧ ରେ ପହଞ୍ଚତ୍ଛି। ସେପଟେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଭବାନୀପାଟଣା ସହରରେ ଗତ ୧୨ ତାରିଖରୁ ଆଜି ୧୩ ତାରିଖ ଦୁଇଦିନିଆ ଘର ଘର ବୁଲି ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share