ରାକେଶ ରୋଶନଙ୍କୁ ଆକ୍ରମଣ ଘଟଣାରେ ସମ୍ପୃକ୍ତ ସାର୍ପସୁଟର ଗିରଫ

ମୁମ୍ବାଇ,୧୦ ।୧୦: ବଲିଉଡ୍ ନିର୍ଦ୍ଦେଶକ ରାକେଶ ରୋଶନଙ୍କ ଉପରେ ୨୦୦୦ମସିହାରେ ଆକ୍ରମଣ କରିବା ଘଟଣାରେ ଗିରଫ ହୋଇ ପାରୋଲରେ ଥିବା ଜଣେ ସାର୍ପ ସୁଟର ପାରୋଲ ଅବଧି ପୂରଣ ହେବା ପରେ ମଧ୍ୟ ଧରା ଛୁଆଁ ଦେଉ ନ ଥିଲେ । ଏବେ କିନ୍ତୁ ଏହି ଅଭିଯୁକ୍ତଙ୍କୁ ଠାଣେ ପୋଲିସ ଗିରଫ କରିଛି । ପୋଲିସର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ୫୨ ବର୍ଷିୟ ସୁନିଲ ବିଶ୍ୱନାଥ ଗାୟକୱାଡଙ୍କୁ ଶୁକ୍ରବାର ରାତି ପ୍ରାୟ ୯ଟା ବେଳେ ପଲବାର ପାରସିକ ସର୍କିଲ ଅଞ୍ଚଳରୁ ଗିରଫ କରାଯାଇଛି । ପୋଲିସ କହିଛି ଉକ୍ତ ଅଭିଯୁକ୍ତଙ୍କ ନାଁରେ ୧୧ଟି ହତ୍ୟା ମାମଲା ଓ ୭ଟି ହତ୍ୟା ଉଦ୍ୟମ ମାମଲା ରହିଛି । ଏଥିରୁ ଗୋଟିଏ ମାମଲା ୨୦୦୦ ମସିହାରେ ବଲିଉଡ୍ ନିର୍ଦ୍ଦେଶକ ରାକେଶ ରୋଶନଙ୍କୁ ହତ୍ୟା ଉଦ୍ୟମ ସାମିଲ । ପୋଲିସ କହିଛି ୨୦୦୦ମସିହା ଜାନୁୟାରୀରେ ମୁମ୍ବାଇର ଶାନ୍ତା କ୍ରୁଜ କାର୍ଯ୍ୟାଳୟ ବାହାରେ ରାକେଶଙ୍କୁ ଗୁଳି କରାଯାଇଥିଲା । ଅପରାଧୀ ରାକେଶଙ୍କ ଉପରକୁ ୬ ରାଉଣ୍ଡ ଗୁଳି ଚଳାଇଥିବା ବେଳେ ତାଙ୍କ ଦେହରେ ୨ଟି ଗୁଳି ବାଜିଥିଲା ।

Share