‘ଥାଙ୍କ ଗଡ’କୁ ଝଟକା, ରିଲିଜ ଉପରେ ଲାଗିଲା ପ୍ରତିବନ୍ଧକ

ମୁମ୍ବାଇ: ଅଜୟ ଦେବଗନ ଓ ସିଦ୍ଧାର୍ଥ ମାଲହୋତ୍ରାଙ୍କ ଫିଲ୍ମ ‘ଥ୍ୟାଙ୍କ ଗଡ’ ରିଲିଜ ପୂର୍ବରୁ ବିବାଦ ଘେରକୁ ଚାଲି ଆସିଛି । ଇନ୍ଦର କୁମାରଙ୍ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମକୁ ସୋସିଆଲ ମିଡିଆରେ ଖୁବ୍ ବିରୋଧ କରାଯାଉଛି । କେବଳ ସେତିକି ନୁହେଁ ମୁଭିକୁ ନେଇ କାୟସ୍ଥ ସମୁଦାୟ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଉଥିବା ଦର୍ଶାଇ ମାଜିଷ୍ଟ୍ରେଟ କୋର୍ଟରେ ଅଭିନେତା ଅଜୟ ଦେବଗନ ଓ ସିଦ୍ଧାର୍ଥ ମାଲହୋତ୍ରାଙ୍କ ବିରୋଧରେ ମାମଲା କରାଯାଇଛି । ନିକଟରେ ଏହାର ଶୁଣାଣି କରାଯିବ । ହେଲେ ‘ଥ୍ୟାଙ୍କ ଗଡ’ ନିର୍ମାତାଙ୍କ ପାଇଁ ଏକ ଖରପ ଖବର ଶୁଣିବାକୁ ମିଳିଛି । ଏପଟେ କୁଏତରେ ସିଦ୍ଧାର୍ଥ ମାଲହୋତ୍ରା ଓ ଅଜୟ ଦେବଗନଙ୍କ ଏହି ଫିଲ୍ମକୁ ବ୍ୟାନ କରି ଦିଆଯାଇଛି । କୁଏତ ସେନସର ବୋର୍ଡ ‘ଥ୍ୟାଙ୍କ ଗଡ ‘ ମୁଭିକୁ ଅନୁମତି ପ୍ରଦାନ କରୁ ନାହିଁ । ତେଣୁ ଏବେ ଏହି ମୁଭି କୁଏତରେ ରିଲିଜ ହେବାକୁ ଅନୁମତି ମିଳୁନାହିଁ । ଏପଟେ କର୍ନାଟକରେ ବି ଏବର୍ଷ ‘ଥ୍ୟାଙ୍କ ଗଡ’କୁ ନେଇ ବରୋଧ କରାଯାଉଛି । ହିନ୍ଦୁ ଜନଜାଗୃତି ସମିତି ବି କର୍ନାଟକରେ ଫିଲ୍ମକୁ ବ୍ୟାନ କରିବାକୁ ଅପିଲ କରିଛି । ଏହି ମୁଭିର ଟ୍ରେଲର ସେପ୍ଟେମ୍ବର ୯ରେ ରିଲିଜ୍ ହୋଇ ସାରିଛି ।

Share