ଏବେ ଓଟିଟିରେ ଉପଲବ୍ଧ ‘ଥ୍ୟାଙ୍କ୍‌ ଗଡ୍‌’

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ‘ଦୃଶ୍ୟମ-୨’ ବକ୍ସ ଅଫିସରେ ଧମାକାଦାର ଆୟ କରିଛି। ‘ଦୃଶ୍ୟମ-୨’ ପୂର୍ବରୁ ଅଜୟଙ୍କ ଫିଲ୍ମ ‘ଥ୍ୟାଙ୍କ୍‌ ଗଡ୍‌’ ରିଲିଜ୍‌ ହୋଇଥିଲା। ଏହି ଫିଲ୍ମରେ ସେ
ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ନଜର ଆସିଥିଲେ। ହେଲେ ଫିଲ୍ମଟି ବକ୍ସ ଅଫିସରେ କିଛି ଭଲ ପ୍ରଦର୍ଶନ କରିପାରିନାହିଁ। ଇତିମଧ୍ୟରେ ‘ଥ୍ୟାଙ୍କ୍‌ ଗଡ୍‌’ ଓଟିଟି ପ୍ଲାର୍ଟଫର୍ମରେ ରିଲିଜ୍‌ ହୋଇଛି। ଯେଉଁମାନେ ହଲ୍‌ରେ ଫିଲ୍ମଟିକୁ ଦେଖିବାକୁ ସୁଯୋଗ ପାଇ ନ ଥିଲେ। ସେମାନେ ଏବେ ଆମାଜନ ପ୍ରାଇମ୍‌ ଭିଡିଓରେ ଦେଖିପାରିବେ। ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓ ମଙ୍ଗଳବାର ଏହାର ଅଫିସିଆଲ ଟୁଇଟ୍‌ର ହ୍ୟାଣ୍ଡେଲରେ ଟୁଇଟ୍‌ କରି ‘ଥ୍ୟାଙ୍କ୍‌ ଗଡ୍‌’ ରିଲିଜ୍‌ ବିଷୟରେ ସୂଚନା ଦେଇଛି।

Share