ସ୍ତ୍ରୀଙ୍କ ଜନ୍ମଦିନରେ ଭଗବାନଙ୍କୁ ଧନ୍ୟବାଦ ଦେଲେ କୋହଲି

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜି ତାଙ୍କର ୩୪ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ସ୍ବାମୀ ବିରାଟ କୋହଲି ତାଙ୍କୁ ଏକ ବିଶେଷ ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି। ସ୍ତ୍ରୀ ଅନୁଷ୍କାଙ୍କ ସହ ବିରାଟ କୋହଲି ଏକ ସୁନ୍ଦର ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ଦୁହେଁ ଏକାଠି ଠିଆ ହୋଇଥିବା ଦେଖାଯାଇଛି। ଏହି ଫଟୋ ଅପେକ୍ଷା କ୍ୟାପ୍‌ଶନ ଅଧିକ ରୋଚକ ହୋଇଛି।
ଫଟୋ ଶେୟାର କରି ବିରାଟ କ୍ୟାପ୍‌ଶନରେ ଲେଖିଛନ୍ତି, ତୁମେ ଜନ୍ମ ଦେଇଥିବାରୁ ଭଗବାନଙ୍କୁ ଧନ୍ୟବାଦ। ମୁଁ ଜାଣେ ନାହିଁ ତୁମ ବିନା ମୁଁ କ’ଣ କରିଥା’ନ୍ତି। ଆପଣ ଭିତରୁ ତଥା ବାହାରୁ ମଧ୍ୟ ବହୁତ ସୁନ୍ଦର। ବିରାଟଙ୍କ ଏହି ପୋଷ୍ଟରେ ଅନୁଷ୍କା ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେ ବିରାଟଙ୍କ ଏହି ପୋଷ୍ଟକୁ ଖାସ ବୋଲି କହିଛନ୍ତି। ସେ ଲେଖିଛନ୍ତି, ମୋର ହୃଦୟ ଏବଂ ମୋର ଶବ୍ଦ ଚୋରି କରିନେଲ। ଏହା ବହୁତ ଖାସ୍‌ ଅଟେ। ଅନୁଷ୍କା ଏବଂ ବିରାଟଙ୍କ ପ୍ରଶଂସକମାନେ ଏହା ଉପରେ କମେଣ୍ଟ ଦେଉଛନ୍ତି। ବିରାଟଙ୍କ ଏହି ପୋଷ୍ଟ ପରେ ପ୍ରଶଂସକ ତାଙ୍କୁ ‘ହଜ୍‌ବ୍ୟାଣ୍ଡ୍‌ ଅଫ ଦି ଇୟର’ ଆଖ୍ୟା ମଧ୍ୟ ଦେଇଥିଲେ।
ଅନୁଷ୍କାଙ୍କ ଜନ୍ମଦିନରେ ପ୍ରଶଂସକଙ୍କ ସହ ଫିଲ୍ମ ତାରକାମାନେ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କରୀନା କପୁର ଖାନଙ୍କଠାରୁ ଆଲିଆ ଭଟ୍ଟ, ପ୍ରିୟଙ୍କା ଚୋପ୍ରା ଓ ଅନେକ ସେଲିବ୍ରିଟି ଅନୁଷ୍କାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।