Categories: ଖେଳ

‘ଥାଙ୍କ୍‌ ୟୁ କ୍ୟାପଟେନ୍‌ କୋହଲି’

ନୂଆଦିଲ୍ଲୀ,୯।୧୨: ରୋହିତ ଶର୍ମାଙ୍କୁ ଟିମ୍‌ ଇଣ୍ଡିଆର ଦିନିକିଆ ଓ ଟି୨୦ ଦଳର ନିୟମିତ ଅଧିନାୟକ ନିଯୁକ୍ତ କରାଯିବାର ଗୋଟିଏ ଦିନ ପରେ ବିରାଟ କୋହଲିଙ୍କୁ ଧନ୍ୟବାଦ୍‌ ଦେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। ଦିନିକିଆ ଅଧିନାୟକ ଭାବେ କୋହଲିଙ୍କ ରେକର୍ଡକୁ ଦର୍ଶାଇବା ପାଇଁ ଭାରତୀୟ କ୍ରିକେଟ ବୋର୍ଡ ଏକ ଫଟୋ ଟୁଇଟ୍‌ କରିଛି। ଏହାର କ୍ୟାପଶନରେ “ଉତ୍ସାହ ଏବଂ ନିଷ୍ଠାର ସହ ଦଳର ନେତୃତ୍ୱ ନେବା ପାଇଁ ଧନ୍ୟବାଦ୍‌” ବୋଲି ଉଲ୍ଲେଖ ରହିଛି।

ଅଧିନାୟକ ଭାବେ କୋହଲି ୯୫ ମ୍ୟାଚ୍‌ ଖେଳିଥିଲେ। ସେଥି ମଧ୍ୟରୁ ଭାରତ ୬୫ ମ୍ୟାଚ୍‌ ଜିତିଥିବା ବେଳେ ୨୭ ମୁକାବିଲାରେ ପରାଜୟର ସମ୍ମୁଖୀନ ହୋଇଥିଲା। ଏଣୁ କୋହଲିଙ୍କ ବିଜୟ ପ୍ରତିଶତ ୭୦.୪୩ ଥିଲା। ଏହା ଭାରତୀୟ ଅଧିନାୟକଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ। ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ନେତୃତ୍ୱରେ ଭାରତ ୧୯ଟି ଦ୍ୱିପାକ୍ଷିକ ଦିନିକିଆ ସିରିଜ୍‌ ମଧ୍ୟରୁ ୧୫ଟିରେ ବିଜୟ ହୋଇଥିଲା।

Share