ଭୁମି ପେଡନେକରଙ୍କ ମୁଭି ‘ଥ୍ୟାଙ୍କୟୁ ଫର କମିଂ’ର ଟ୍ରେଲର ଆଉଟ

ମୁମ୍ବାଇ: ମୁଭି ‘ଥ୍ୟାଙ୍କୟୁ ଫର କମିଂ’ର ଟ୍ରେଲର ରିଲିଜ ହୋଇଯାଇଛି। ଆଉ ଟ୍ରେଲରକୁ ଦେଖିବା ପରେ ପ୍ରଶଂସକ ମୁଭି ଦେଖିବାକୁ ଏକ୍ସାଇଟେଡ ହୋଇ ଯାଇଛନ୍ତି। ଏଥିରେ ଭୁମି ପେଡନେକର, ଶାହନାଜ ଗିଲ, କୁଶା କପିଲ, ଡଲି ସିଂ ଓ ଶିବନୀ ବେଦିଙ୍କ ସହ ଯୁବତୀଙ୍କ ଫୌଜ ଧମାଲ କରିବାକୁ ରେଡି ହୋଇଯାଇଛନ୍ତି। ଏହି ମୁଭିରେ କରଣ କୁନ୍ଦ୍ର ଓ ଅନିଲ କପୁର ନଜର ଆସିବେ।

ଭୁମି ପେଡନେକରଙ୍କ ଷ୍ଟାରର ମୁଭି ‘ଥ୍ୟାଙ୍କୟୁ ଫର କମିଂ’ ଚଳିତ ବର୍ଷ ଅକ୍ଟୋବର ୬ରେ ଥିଏଟରରେ ରିଲିଜ ହେବାକୁ ପ୍ରସ୍ତୁତ ହୋଇଛି। ଫିଲ୍ମର ଟ୍ରେଲରକୁ ନିଜ ଇନଷ୍ଟାଗ୍ରାମରେ ସେୟାର କରି ଅଭିନେତ୍ରୀ ଲେଖିଛନ୍ତି, ‘ଇସ ରାଜକୁମରୀ କି ଫେୟରି ଟେଲ ହୈ ସବସେ ହଟକେ, ସିନେମାଘରୋଂ ମୈ ଥ୍ୟାଙ୍କୟୁ ଫର କମିଂ ଦେଖନା ନା ଭୁଲେ।’

Share