Posted inଜାତୀୟ

‘ମୋତେ ବିଶ୍ୱାସ କରିଥିବାରୁ ହୃଦୟରୁ ଧନ୍ୟବାଦ’

ଚଣ୍ଡିଗଡ,୬।୨: ପଞ୍ଜାବ ବିଧାନସଭା ପୂର୍ବରୁ ରାଜ୍ୟରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରବିବାର ଘୋଷଣା କରିଛି। ପଞ୍ଜାବର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନି ରାଜ୍ୟରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଦଳର ନେତା ରାହୁଲ ଗାନ୍ଧୀ ଘୋଷଣା କରିଛନ୍ତି। ଏହା ପରେ ଚନ୍ନି କଂଗ୍ରେସ ହାଇକମାଣ୍ଡ ଏବଂ ପଞ୍ଜାବର ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ପଞ୍ଜାବର ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ମୋତେ ବିଶ୍ୱାସ କରିଥିବାରୁ ମୁଁ କଂଗ୍ରେସ ହାଇକମାଣ୍ଡ ଏବଂ ପଞ୍ଜାବର ଲୋକଙ୍କୁ ହୃଦୟରୁ ଧନ୍ୟବାଦ ଦେଉଛି। ଯେହେତୁ ଆପଣ ଗତ ୧୧୧ ଦିନ ମଧ୍ୟରେ ପଞ୍ଜାବକୁ ଆଗକୁ ନେବା ପାଇଁ ଆମକୁ ଏତେ ପରିଶ୍ରମ କରୁଥିବା ଦେଖିଛନ୍ତି, ପଞ୍ଜାବକୁ ପ୍ରଗତି ପଥରେ ଆଗେଇ ନେବାକୁ ମୁଁ ଆପଣମାନଙ୍କୁ ଆଶ୍ୱାସନା ଦେଉଛି।
କଂଗ୍ରେସ ଦ୍ୱାରା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ବେଳେ ଦଳର ନେତା ନବଜୋତ ସିଂ ସିଦ୍ଧୁ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ପରେ ଚନ୍ନି ଉଠି ସିଦ୍ଧୁଙ୍କୁ କୋଳାଗ୍ରତ କରିଥିଲେ। ସିଦ୍ଧୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରବଳ ଦାବିଦାର ଥିଲେ। କିନ୍ତୁ ହାଇକମାଣ୍ଡ ଚନ୍ନିଙ୍କ ଉପରେ ଭରସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟ ଭାଇଙ୍କୁ ପ୍ରେମ, ବିବାହର ୪ ଦିନ ପରେ ସ୍ବାମୀଙ୍କୁ ହତ୍ୟା

ଗାନ୍ଧୀନଗର, ୧୬।୧୨: ଗୁଜରାଟରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମନାକୁ ଆସିଛି। ଗାନ୍ଧୀନଗରରେ ପାୟଲ ନାମ୍ନୀ ଜଣେ ଯୁବତୀ ବିବାହର ୪ ଦିନ ପରେ ନିଜ ସ୍ବାମୀ ଭାବିକଙ୍କୁ...

ଟ୍ରାକ୍ଟର ଚୋରି ଅଭିଯୋଗ: ରାତି ସାରା ପିଟି ହତ୍ୟା

ପାଟନା,୧୬ା୧୨: ବିହାରର ମୁଜାଫରପୁରରେ ଜଣେ ଯୁବକଙ୍କୁ ଚୋରି ଅଭିଯୋଗରେ ଲୋକେ ଲୋକେ ପିଟି ମାରିଦେଇଛନ୍ତି। ଅଭିଯୁକ୍ତ ଶମ୍ଭୁ ଶାହନି ନିଜ ଭୁଲ୍‌ ପାଇଁ ବାରମ୍ବାର କ୍ଷମା ମାଗିବା...

ବିଜୟର ୨୩ ଦିନ ପରେ ଶପଥ

ନାଗପୁର,୧୬।୧୨(ପି.ଟି.): ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଆଶାତୀତ ସଫଳତା ହାସଲର ୨୩ ଦିନ ପରେ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ ଏବଂ...

ମାଓବାଦୀଙ୍କୁ ଅମିତ୍‌ ଶାହାଙ୍କ ବଡ଼ ଚେତାବନୀ

ଜଗଦଲପୁର,୧୫ା୧୨: ମାଓବାଦୀମାନେ ଅସ୍ତ୍ରଶସ୍ତ୍ର ତ୍ୟାଗ କରି ଆତ୍ମସମର୍ପଣ କରିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ନିବେଦନ କରିଛନ୍ତି।...

ତବଲା ବାଦକ ଜାକିର ହୁସେନଙ୍କ ଦେହାନ୍ତ

ଓ୍ବାଶିଂଟନ, ୧୫।୧୨: ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନ ହୃଦଘାତରେ ଦେହାନ୍ତ ହୋଇଛି। ପୂର୍ବରୁ ଗମ୍ଭୀର ହୃଦ୍‌ରୋଗରେ ପୀଡିତ ହୋଇ ଆମେରିକାର ସାନ ଫ୍ରାନ୍ସିସ୍କୋସ୍ଥିତ ଏକ...

୪ ଅଙ୍ଗୁଳି କାଟିଦେଲେ କମ୍ପ୍ୟୁଟର ଅପରେଟର

ସୁରଟ,୧୫ା୧୨: ଗୁଜରାଟର ମୟୂର ତାରାପରା ସୁରଟସ୍ଥିତ ଏକ ଜୁଏଲାରି ଷ୍ଟୋରରେ କମ୍ପ୍ୟୁଟର ଅପରେଟର ଭାବେ କାର୍ଯ୍ୟ କରୁଥିଲେ। କାର୍ଯ୍ୟସ୍ଥଳରେ ଅତ୍ୟଧିକ ଚାପ ଯୋଗୁ ଗତ ୮ରେ...

ଗୁଗୁଲ ଡ୍ରାଇଭରୁ ଉଭାନ ହୋଇଗଲା ଅତୁଲ ସୁଭାଷଙ୍କ ସୁଇସାଇଡ ନୋଟ!

ବେଙ୍ଗାଲୁରୁ,୧୫।୧୨: ଇଞ୍ଜିନିୟର ଅତୁଲ ସୁଭାଷ ତାଙ୍କ ସ୍ତ୍ରୀ ନିକିତା ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ହଇରାଣ କରୁଥିବା ଅଭିଯୋଗ କରି ପ୍ରାୟ ଏକ ସପ୍ତାହ ପୂର୍ବରୁ...

ମହାରାଷ୍ଟ୍ରରେ ବଡ଼ ଧରଣର ଓଲଟ ପାଲଟ, ଇସ୍ତଫା ଦେଲେ ଏହି ବରିଷ୍ଠ ନେତା

ମୁମ୍ବାଇ,୧୫।୧୨: ମହାରାଷ୍ଟ୍ରରେ ବିଧାନସଭା ନର୍ବାଚନ ପରେ ଆରମ୍ଭ ହୋଇଥିବା ରାଜନୈତିକ ଅସ୍ଥିରତା ବନ୍ଦ ହେବାର କୌଣସି ସଙ୍କେତ ଦେଉନାହିଁ। କେତେବେଳେ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ସମୀକରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri