ମୋଦିଙ୍କୁ ଧନ୍ୟବାଦ ଦେଲେ ଡବ୍ଲୁଏଚ୍‌ଓର ମହାନିର୍ଦ୍ଦେଶକ

ଜେନେଭା,୨୩ ।୧: କରୋନା ମହାମାରୀ ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ବେଳେ ଏଥିରୁ ମୁକୁଳିବା ପାଇଁ ପ୍ରାୟତଃ ସବୁ ବିକାଶଶୀଳ ଦେଶ ଭ୍ୟାକ୍ସିନ ପ୍ରସ୍ତୁତି କାମରେ ଲାଗିଥିଲେ । ଏବେ କରୋନା ଭ୍ୟାକ୍ସିନ ବିଭିନ୍ନ ଦେଶରେ ଉପଲବ୍ଧ ହେଉଥିବା ବେଳେ ଭ୍ୟାକ୍ସିନେଶନ କାମ ମଧ୍ୟ ଆରମ୍ଭ ହୋଇଯାଇଛି । ତେବେ ଭାରତରେ ସବୁଠାରୁ ବଡ ଟିକାକରଣ ଅଭିଯାନ ଏବେ ଚାଲିଛି । ଭାରତର ନିଜସ୍ୱ ଟିକା ଏବେ ଲୋକଙ୍କୁ କରୋନା ସହ ଲଢିବାକୁ ଏକ ପ୍ରକାର ଶକ୍ତି ଯୋଗାଇଛି କହିଲେ ଚଳେ । ଭାରତ କେବଳ ନିଜ ଦେଶ ପାଇଁ ନିଜର ଭ୍ୟାକ୍ସିନକୁ ବ୍ରବହାର କରୁଛି ତା’ ନୁହେଁ ଏହାକୁ ଅନ୍ୟ ଦେଶମାନଙ୍କୁ ବି ପ୍ରଦାନ କରିଛି । ଭାରତର ଏଭଳି ମନୋଭାବକୁ ଦେଖି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମହାନିର୍ଦ୍ଦେଶକ ଟେଡ୍ରସ ଅଧାନମ ଘେବ୍ରିଏସସ ଦେଶ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି କେବଳ ଜ୍ଞାନ ବାଣ୍ଟିଲେ ହେବ ନାହିଁ ଏହାସହ ଯଦି ଆମେ ଏକାଠି କାମ କରିବା ତେବେ କରୋନା ଭଳି ମହାମାରୀକୁ ଦୂରେଇ ଦେଇହେବ ।

Share