କାଶୀନଗର ବିକାଶ ପାଇଁ ଅନୁମୋଦନ ରାଶିକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ…

କାଶୀନଗର, ୮।୭(ଡି.ଏନ.ଏ.): ଗଜପତି ଜିଲା କାଶୀନଗର ଏନଏସି ଓ ବ୍ଲକର ବିଭିନ୍ନ ବିକାଶକୁ ନେଇ ସରକାର ଅନୁମୋଦନ ରାଶି ଦେଇଥିବା ନେଇ ଏନଏସି ଅଧ୍ୟକ୍ଷା ଖବରଦାତା ସମ୍ମିଳନୀ କରିଥିଲେ। ଉକ୍ତ ସମ୍ମିଳନୀରେ ଜିଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ, ଉପାଧ୍ୟକ୍ଷ ରଘୁରାମ ସାହୁ, ପ୍ରଫେସର ମାରୁତ୍‌ ପାଳ, ୱାର୍ଡ କାଉନସିଲର ସଦସ୍ୟ ମାନେ ଉପସ୍ଥିତ ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭି.କେ ପଣ୍ଡିଆୟାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। କାଶୀନଗର ଏନଏସି ପାଇ ୬୦ଲକ୍ଷ ଓ କାଶୀନଗର ବ୍ଲକର ବିକାଶ ପାଇଁ ୧କୋଟି ୪୦ଲକ୍ଷ ଅନୁମୋଦନ କରାଯାଇଛି। ଏନେଇ କାଶୀନଗର ସହରରେ ଜନସାଧାରଣ ମନରେ ଖୁସିର ଲହରୀ ଖେଳିଯାଇଛି। ଏନଏସିର ଥିବା ୮,୯,୧୨,୧୩ ୱାର୍ଡ ପାଇ ଏହି ଅନୁମୋଦନ ରାଶି ବ୍ୟବହାର ହେବ ବୋଲି ଅଧ୍ୟକ୍ଷା କହିଛନ୍ତି।

Share