Categories: ଜାତୀୟ

ଦଳ ବଦଳ କରି ମୁଁ କୌଣସି ଇତିହାସ ସୃଷ୍ଟି କରିନାହିଁ: ବାବୁଲ ସୁପ୍ରିୟୋ

କୋଲକତା,୧୯।୯: ରାଜନୀତିରୁ ଅବସର ଘୋଷଣା କରିବା ପରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିବା ଭାରତୀୟ ଜନତା ପାର୍ଟିର ପୂର୍ବତନ ନେତା ବାବୁଲ ସୁପ୍ରିୟୋ ରବବାର ସଫେଇ ଦେଇଛନ୍ତି। ସେ କହିଛନ୍ତି ମୁଁ ଦଳ ପରିବର୍ତ୍ତନ କରି କୌଣସି ଇତିହାସ ସୃଷ୍ଟି କରୁନାହିଁ। ଏହା ପୂର୍ବରୁ ମଧ୍ୟ ଅନେକ ବଡ ନେତା ଦଳ ପରିବର୍ତ୍ତନ କରିଛନ୍ତି। ‘ପ୍ଲେଇଙ୍ଗ୍‌-୧୧’ ଟିମ୍‌ରେ ମୋତେ ସୁଯୋଗ ଦେଇଥିବାରୁ ମୁଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଅଭିଷେକ ବାନାର୍ଜୀଙ୍କୁ ଧନ୍ୟବାଦ ଜଣାଉଛି। ମୁଁ ସୋସିଆଲ ମିଡିଆରେ ଟ୍ରୋଲ ହେବା ବିଷୟରେ ଜାଣିଛି ଏବଂ ଏହାର ସାମ୍ନା କରିବାକୁ ପ୍ରସ୍ତୁତ ଅଛି ବୋଲି ସେ କହିଚନ୍ତି।
ସେ ଆହୁରି କହିଛନ୍ତି ଯେ ମୁଁ ଗତ ସାତ ବର୍ଷ ଧରି ରାଜନୀତିରେ ଅଛି ଏବଂ ଏଠାରେ ମଧ୍ୟ ଭଲ କରିବା ପାଇଁ ମୋର ଚେଷ୍ଟା କରିବି। ମୁଁ ଭାବିଲି ଟିଏମସିରେ ଯୋଗଦେବା ଜନ କଲ୍ୟାଣ ପାଇଁ ଏକ ଭଲ ସୁଯୋଗ। ମୁଁ ଆସନସୋଲର ଜଣେ ଏମ୍‌ପି, ମୁଁ ବୁଧବାର ଦିଲ୍ଲୀ ଯିବି, ଯଦି ବାଚସ୍ପତି ମୋତେ ସମୟ ଦିଅନ୍ତି, ତେବେ ମୁଁ ସେହି ଦିନ ଏହି ପଦରୁ ଇସ୍ତଫା ଦେବି ବୋଲି ସେ କହିଛନ୍ତି।

Share