ଆକ୍ରମଣକାରୀଙ୍କୁ ଧରିଥିବା ବ୍ୟକ୍ତିଙ୍କୁ ଧନ୍ୟବାଦ

ଇସ୍‌ଲାମାବାଦ,୫ା୧୧(ପି.ଟି.): ଇମ୍ରାନ୍‌ ଖାନ୍‌ଙ୍କ ପୂର୍ବତନ ସ୍ତ୍ରୀ ଜେମିମା ଗୋଲ୍ଡସ୍ମିଥ୍‌ ଆକ୍ରମଣକାରୀଙ୍କୁ ଧରିଥିବା ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଇମ୍ରାନ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବା ଡାକ୍ତର କହିବା ପରେ ଜେମିମା ଏ ନେଇ ଟୁଇଟରରେ ଏକ ପୋଷ୍ଟ ଶେୟାର କରିଥିଲେ। ଇମ୍ରାନ୍‌ଙ୍କ ସହଯୋଗୀଙ୍କ ମୃତ୍ୟୁ ନେଇ ଜେମିମା ଶୋକ ବ୍ୟକ୍ତ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ପଞ୍ଜାବ ପ୍ରଦେଶ ପୋଲିସ ଶୁକ୍ରବାର ଆଉ ୨ ଜଣଙ୍କୁ ଗିରଫ କରିଛି। ଆକ୍ରମଣକାରୀ ନାଭିଦ ମହମ୍ମଦ ବଶିର ୨୦ ହଜାର ଟଙ୍କାରେ ବନ୍ଧୁକ କିଣିଥିବା ପୋଲିସ କହିଛି। ସରକାର ବିରୋଧୀ ରାଲି ସମୟରେ ଓ୍ବଜିରାବାଦର ଆଲ୍ଲାଓ୍ବାଲା ଛକ ନିକଟରେ ଇମ୍ରାନ୍‌ଙ୍କ ଉପରକୁ ଗୁଳିମାଡ ହୋଇଥିଲା। ଇମ୍ରାନ୍‌ଙ୍କ ସମର୍ଥକମାନେ ତାଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ।

Share