ସିଙ୍ଗାପୁର ରାଷ୍ଟ୍ରପତି ନିର୍ବାଚନ ଜିତିଲେ ଭାରତୀୟ ବଂଶୋଭବ ଥର୍‌ମାନ

ସିଙ୍ଗାପୁର,୨।୯: ଭାରତୀୟ ବଂଶୋଭବ ସିଙ୍ଗାପୁର ଜନ୍ମିତ ଅର୍ଥନୀତିଜ୍ଞ ଥର୍‌ମାନ ଶାନମୁଗରତ୍ନମ୍‌ ରାଷ୍ଟ୍ରପତି ପାଇଁ ହୋଇଥିବା ନିର୍ବାଚନରେ ବିଜୟୀ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ନିର୍ବାଚନ ବିଭାଗ ଶୁକ୍ରବାର ଘୋଷଣା କରିଛି ଯେ, ଶାନମୁଗରତ୍ନମ୍‌ ୭୦.୪ ପ୍ରତିଶତ ଭୋଟ ସହ ଜିତିଛନ୍ତି।

ସିଙ୍ଗାପୁରରେ ନବମ ରାଷ୍ଟ୍ରପତି ନିର୍ବାଚନ ପାଇଁ ଶୁକ୍ରବାର ମତଦାନ ହୋଇଥିଲା। ଯେଉଁଥିରେ ଲୋକମାନେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ। ସିଙ୍ଗାପୁରରେ ୨୭ଲକ୍ଷରୁ ଅଧିକ ଲୋକ ମଦଦାନ କରିଥିଲେ ଏବଂ ରାତି ୮ଟା ପର୍ଯ୍ୟନ୍ତ ମତଦାନ କେନ୍ଦ୍ର ଖୋଲାଯାଇଥିଲା। ଏହା ପରେ ଭୋଟ ଗଣନା ଆରମ୍ଭ ହୋଇଥିଲା।

Share