Categories: ଫୁରସତ

ରାସ୍ତାର ସେଇ ଧଳା ଓ ହଳଦିଆ ଗାର

ଧଳା ଗାର: ଦେଖିଥବେ ଅନେକ ରାସ୍ତାର ମଝିରେ ଏକ ସିଧା ଧଳା ଗାର ବହୁ ଦୂର ପର୍ଯ୍ୟନ୍ତ ଲମ୍ବିଥିବା ଦେଖିବାକୁ ମିଳେ। ଯାହା ରାସ୍ତାକୁ ଦୁଇଭାଗରେ ବିଭକ୍ତ କରିଥାଏ। ଯାହାର ଅର୍ଥ ହେଉଛି ଗାଡି ଚାଳକଙ୍କୁ ନିଜ ଲେନ୍‌ରେ ରହି ଗାଡି ଚଳାଇବାକୁ ହେବ। ଏହି ଗାର ଥିବା ରାସ୍ତାରେ ଲେନ୍‌ ବଦଳା ଯାଇପାରିବ ନାହିଁ, ୟୁ ଟର୍ନ ନିଆଯାଇପାରିବ ନାହିଁ କି ଓଭରଟେକ୍‌ ବି କରି ହେବ ନାହିଁ। ଯେଉଁ ଲେନ୍‌ରେ ଯାଉଛନ୍ତି ସେଇ ଲେନ୍‌ର ସିଧା ସିଧା ଯିବାକୁ ହେବ। ଆଉ ଲେନ୍‌ ସେତେବେଳେ ବଦଳା ଯାଇପାରେ ଯେବେ କୌଣସି ଦୁର୍ଘଟଣାରୁ ବଞ୍ଚତ୍ବାକୁ ଥିବ ଅବା ଯେଉଁଠି ଲାଇନ୍‌ ମଧ୍ୟରେ ଗ୍ୟାପ୍‌ ଥିବ। ଏଭଳି ରାସ୍ତା ପ୍ରାୟତଃ ପାହାଡିଆ ଅଞ୍ଚଳରେ ଥାଏ। ଯେଉଁଠି ଦୁର୍ଘଟଣାର ଆଶଙ୍କା ଅଧିକ ଥାଏ।
ବ୍ୟବଧାନ ଥିବା ଧଳା ଗାର: ଅନେକ ସଡ଼କରେ ମଝିରେ ମଝିରେ ବ୍ୟବଧାନ ଥିବା ଧଳାରଙ୍ଗର ଗାର (ବ୍ରୋକେନ ହ୍ବାଇଟ୍‌ ଲାଇନ୍ସ) ଦେଖିବାକୁ ମିଳେ। ଯାହା ଦର୍ଶାଏ କି ସେହି ରାସ୍ତା ଉପରେ ଓଭର୍‌ଟେକ୍‌ କରି ହେବ। ମଝିରେ ୟୁ ଟର୍ନ ନେଇ ହେବ। ଆଉ ଲେନ୍‌ ବି ବଦଳା ଯାଇପାରିବ। ତେବେ ଏସବୁ କରିବା ପୂର୍ବରୁ ରାସ୍ତାର ଆଗପଛକୁ ଧ୍ୟାନ ଦେବା ଜରୁରୀ।
ହଳଦିଆ ଗାର: ଯଦି ରାସ୍ତାରେ ଲମ୍ବା ହଳଦିଆ ଗାର(କଣ୍ଟିନିଓସ୍‌ ୟେଲୋ ଲାଇନ୍‌))ଥାଏ, ସେ ରାସ୍ତାରେ ଓଭରଟେକ୍‌ କରିହେବ। ତେବେ କେବଳ ନିଜ ସାଇଡ୍‌ର ରହି। ଲାଇନ ପାର୍‌ କରି ଅନ୍ୟ ଲାଇନ୍‌କୁ ଯିବାର ଅନୁମତି ନ ଥାଏ। ସାଧାରଣତଃ ଲୋ ଭିଜିବିଲିଟି ରାସ୍ତାରେ ଏହି ଲାଇନ୍‌ ଥାଏ। ତେବେ ତେଲେଙ୍ଗାନାରେ ଏହି ଲାଇନ୍‌ ଥିବାର ଅର୍ଥ ହେଉଛି ନିଜ ଲେନ୍‌ରେ ଥାଇ ବି ଓଭରଟେକ୍‌ କରି ହେବ ନାହିଁ।
ଦୁଇଟି ସିଧା ହଳଦିଆ ଗାର: କିଛି ରାସ୍ତାରେ ପ୍ରାୟ ସମୟରେ ଦୁର୍ଘଟଣା ହୋଇଥାଏ। ତେଣୁ ସେହି ରାସ୍ତାରେ ଓଭରଟେକ୍‌ କରିବା ବିପଜ୍ଜନକ। ଖାସ୍‌ ଏଭଳି ରାସ୍ତାରେ ଦୁଇଟି ପାଖାପାଖି ହଳଦିଆ ଗାର ଥାଏ। ଏଥିରେ କଠୋର ନିୟମ ଥାଏ। ଏହି ଗାର ଥିବା ରାସ୍ତାରେ ଓଭରଟେକ୍‌ କରିବା, ଲେନ୍‌ ବଦଳାଇବା, ୟୁ ଟର୍ନ ନେବା ନିଷେଦ୍ଧ। ନିଜ ଲେନ୍‌ରେ ଥାଇ ବି ଓଭରଟେକ୍‌ କରିବା ମନା।
ବ୍ୟବଧାନ ଥିବା ହଳଦିଆ ଗାର: ବେଳେବେଳେ ଦେଖିଥିବେ ରାସ୍ତାରେ ସିଧା ଓ ନିରନ୍ତର ହଳଦିଆ ଗାର ସହ ଗ୍ୟାପ୍‌ ଥିବା ହଳଦିଆ ଲାଇନ୍‌ ଥାଏ। ଯଦି ଗାଡି ଗ୍ୟାପ ଥିବା ହଳଦିଆ ଗାର ପାର୍ଶ୍ୱରେ ଯାଉଥାଏ ତେବେ ଅନ୍ୟ ଗାଡିକୁ ଓଭରଟେକ୍‌ କରିହେବ। ଯଦି ଗାଡି ସିଧା ଓ ନିରନ୍ତର ଲମ୍ବିଥିବା ହଳିଦିଆ ଗାର ପଟେ ଯାଉଥାଏ ତେବେ ଅନ୍ୟ ଗାଡିକୁ ଓଭରଟେକ୍‌ କରିବା ମନା।

Share