ସୋସିଆଲ ମିଡିଆରେ ଏକ ମଜାଳିଆ ଭିଡିଓ ଭାଇରାଲ ହେଉଛି। ଯାହା ଆଗରୁ କେବେ ଦେଖି ନ ଥିବେ। ଭାଇରାଲ ଭିଡିଓରେ ଏକ ଷଣ୍ଢ ଏପରି ଭାବରେ ନଦୀ ପାର ହେଉଛି, ଦେଖିଲେ ଆଖି ଲାଖିଯିବ। ଏକ ନଦୀ ପାର ହେବାକୁ ଷଣ୍ଢଟି ଯାଇ ନଦୀକୂଳରେ ଠିଆ ହେଉଛି। ହଠାତ୍ ଏମିତି କୁଦା ମାରୁଛି ଯେ, ନଦୀର ଅପରପାର୍ଶ୍ୱରେ ପହଞ୍ଚିଯାଉଛି। ଭିଡିଓ ଦେଖିଲେ ହସିହସି ଗଡ଼ିବେ।
अपनी हदें हम खुद तय करते हैं. ठान लें तो हर बाधा एक छलांग में ही लांघ सकते हैं.#ThursdayMotivation #Inspiration #NeverGiveUp pic.twitter.com/dpLqnntCAy
— Dipanshu Kabra (@ipskabra) December 9, 2021
ଭିଡିଓଟିକୁ ଆଇପିଏସ୍ ଅଧିକାରୀ ଦୀପାଂଶୁ କାବ୍ରା ତାଙ୍କ ଟୁଇଟର ପେଜ୍ରେ ଶେୟାର କରିଛନ୍ତି। ଭିଡିଓରେ ସେ କ୍ୟାପଶନ ଲେଖିଛନ୍ତି, ମୁଁ ମୋ ସୀମା ସ୍ଥିର କରିଛି। ଯଦି ତୁମେ ସ୍ଥିର କରିଛ, ତେବେ ପ୍ରତ୍ୟେକ ବାଧାବିଘ୍ନ ଗୋଟିଏ କୁଦାରେ ଅତିକ୍ରମ କରିପାରିବ। ୫ ସେକେଣ୍ଡର ଏହି ଭିଡିଓରେ ଦେଖିବେ, ଷଣ୍ଢଟି ପବନ ବେଗରେ ଡେଇଁ ନଦୀ ପାର ହେଉଛି। ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହେବ।
ଭିଡିଓଟି ଖୁବ୍ ଭାଇରାଲ ହେଉଛି। ବର୍ତ୍ତମାନ ସୁଦ୍ଧା ଏହାକୁ ୧୭ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। ଭିଡିଓରେ ୟୁଜରମାନେ ବେଶ୍ ଭଲ ମନ୍ତବ୍ୟ ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି, ସଂକଳ୍ପ ପୂରଣ କରିବାକୁ ସାମର୍ଥ୍ୟ ଜରୁରୀ ଆବଶ୍ୟକତା। ଆଉ ଜଣେ ୟୁଜର ଲେଖିଛନ୍ତି, ବିଜୟ ପାଇଁ ସଂକଳ୍ପ ନେବା ଦରକାର। ତା’ହେଲେ ବିଜୟ ନିଶ୍ଚିତ।