Categories: ଜାତୀୟ

ସୁନା ଚୋରା ଚାଲାଣ ପାଇଁ ଏମିତି ବୁଦ୍ଧି

କାନ୍ନୁର,୩୧।୮- କେରଳର କାନ୍ନୁର ବିମାନ ବନ୍ଦରରୁ ୩୦୨ ଗ୍ରାମର ସୁନା ଜବତ ହୋଇଛି। ଏୟାର ଇଣ୍ଟେଲିଜେନ୍ସ ବିଭାଗ ଓ କଷ୍ଟମ୍ସ ବିଭାଗର ଅଧିକାରୀମାନେ ବିମାନ ବନ୍ଦରରେ ଜଣେ ଯାତ୍ରୀଙ୍କ ଠାରୁ ୧୪ ଲକ୍ଷ ଟଙ୍କାର ସୁନା ଜବତ କରିଛନ୍ତି। ଯାତ୍ରୀ ଜଣକ ସୁନାକୁ ଏଭଳି ଲୁଚାଇଥିଲେ, ଯାହାକୁ ଖୋଜି ବାହାର କରିବା ଅଧିକାରୀଙ୍କ ପାଇଁ ବେଶ୍‌ କଷ୍ଟକର ଥିଲା। କାରଣ ଯାତ୍ରୀ ଜଣକ ପିନ୍ଧିଥିବା ଜିନ୍ସର ଭିତର ଭାଗରେ ସୁନା ଲୁଚାଇ ଆଣିଥିଲେ, ତାହା ପୁଣି ପେଷ୍ଟ ଆକାରରେ। ସୁନାର ପେଷ୍ଟକୁ ପ୍ୟାଣ୍ଟରେ ଉପରୁ ତଳ ପର୍ଯ୍ୟନ୍ତ ଲଗା ଯାଇଥିଲା, ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତେବେ ସୁନା ଚୋରା ଚାଲାଣକାରୀ ଭିନ୍ନ ଟେକନିକ୍‌ ବ୍ୟବହାର କରିବା କିଛି ନୂଆ କଥା ନୁହେଁ। ନିକଟରେ ଶାରଝାରୁ ପଞ୍ଜାବର ଅମ୍ରିତସର ଆସିଥିବା ଜଣେ ଯାତ୍ରୀ ନିଜ ଅଣ୍ଡରଓୟାରରେ ୧,୮୯୪ ଗ୍ରାମର ସୁନା ପେଷ୍ଟ ଚାଲାଣ ବେଳେ ଧରାପଡ଼ିଥିଲେ।

 

Share