ଏକଦା ହ୍ରିତିଙ୍କ ସହିତ ପ୍ରେମ ସମ୍ପର୍କକୁ ନେଇ ଏମିତି କହିଥିଲେ ବେବୋ

ବଲିଉଡ ଅଭିନେତ୍ରୀ କରିନା କପୁର ଖାନ୍‌ ‘କଭି ଖୁସି କଭି ଗମ୍‌’ରେ ହ୍ରିତିକଙ୍କ ସହ ନଜର ଆସିଥିଲେ। ଉଭୟଙ୍କ କେମେଷ୍ଟିକୁ ପ୍ରଶଂସକ ବହୁତ ପସନ୍ଦ କରୁଥିଲେ। ପରେ ଦୁହେଁ ଅନେକ ଫିଲ୍ମରେ ଏକାଠି ନଜର ଆସିଥିଲେ। ଏହି ଯୋଡି ଏତେ ହିଟ୍‌ ହୋଇଥିଲେ ଯେ, ବାସ୍ତବ ଜୀବନରେ ଉଭୟଙ୍କ ପ୍ରେମ ସମ୍ପର୍କ ନେଇ ଚର୍ଚ୍ଚା ହୋଇଥିଲା। ତେବେ କରିନା ହ୍ରିତିକଙ୍କୁ ବହୁତ ପସନ୍ଦ କରନ୍ତି ବୋଲି କୁହାଯାଇଥିଲା । ଯେତେବେଳେ ବେବୋ ଏହିସବୁ ବିଷୟରେ ଜାଣିବାକୁ ପାଇଲେ, ସେ ତାଙ୍କ ପ୍ରତିକ୍ରିୟା ରଖିଥିଲେ।

ହ୍ରିତିକ ସେତେବେଳେ ସୁସାନ ଖାନଙ୍କୁ ବିବାହ କରିଥିଲେ। ସେ ନିଜ ଦାମ୍ପତ୍ୟ ଜୀବନରେ ଖୁସି ଥିଲେ। ଏହି ସମୟରେ, ଅନେକ ଖବର ଆସିଥିଲା ଯେ, କରିନା ହ୍ରିତିକଙ୍କୁ ପାଗଳ ଭଳି ପ୍ରେମ କରୁଛନ୍ତି। ଯେତେବେଳେ କରିନା ଏ ବିଷୟରେ ଜାଣିଲେ, ସେତେବେଳେ ସେ ଏକ ସାକ୍ଷାତକାରରେ କହିଥିଲେ,‘ଏହା ହ୍ରିତିକଙ୍କ ବିବାହକୁ ବହୁତ ପ୍ରଭାବିତ କରିବା ନେଇ ମୁଁ ଚିନ୍ତିତ ଥିଲି।
ଦୟାକରି ଏହା ବନ୍ଦ କରନ୍ତୁ , ମୁଁ ବିବାହିତ ପୁରୁଷମାନଙ୍କ ପ୍ରତି କଦାପି ଆକର୍ଷିତ ନୁହେଁ ବୋଲି ବେବୋ କହିଥିଲେ। ଏହା ସହ ସେ କହିଥିଲେ ଏହା ମୋ ପାଇଁ ବିପଦ ହୋଇପାରେ।

Share