ଫିଲ୍ମରେ ପ୍ରବେଶ ସମୟରେ ଦୀପିକା ପାଦୁକୋନ ଥିଲେ ଏପରି, କହିଲେ ପ୍ରଥମ ନିର୍ଦ୍ଦେଶକ

ବଲିଉଡରେ ଡ୍ରଗ୍ସ ଲିଙ୍କ୍‌ରେ ଅନେକ କଳାକାର ଛନ୍ଦିହୋଇ ଯାଇଛନ୍ତି। ଏ ନେଇ ଦୀପିକା ପାଦୁକୋନ ଚର୍ଚ୍ଚାରେ ରହିଛନ୍ତି। ଏନସିବି ପଚରାଉଚରା ପାଇଁ ତାଙ୍କୁ ମୁମ୍ବାଇକୁ ଡକାଇଛି। ଏହି ସମୟରେ ଦୀପିକାଙ୍କ ବିଷୟରେ ଅନେକ ଆଲୋଚନା ହେଉଛି। ତାଙ୍କ ସହ କାମ କରିଥିବା ଲୋକମାନେ ବିବୃତ୍ତି ଦେବା ଆରମ୍ଭ କରିଛନ୍ତି।

ଦୀପିକା ପାଦୁକୋନ ପ୍ରଥମେ ୨୦୦୬ରେ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ସେ ‘ଐଶ୍ୱର୍ଯ୍ୟା’ ନାମକ ଏକ କନ୍ନଡ ଫିଲ୍ମ କରିଥିଲେ।

ଏହି ଫିଲ୍ମ୍‌ର ନିର୍ଦ୍ଦେଶକ ଇନ୍ଦ୍ରଜିତ ଲଙ୍କେଶ କହିଛନ୍ତି ମୁଁ, ବହୁତ ଆଶ୍ଚର୍ଯ୍ୟ ହୋଇଗଲି, କାରଣ ଯେତେବେଳେ ଦୀପିକା ମୋ ସହ କାମ କରୁଥିଲେ, ମୁଁ ତାଙ୍କୁ ଭିନ୍ନ ଭାବରେ ଜାଣିଥିଲି।

ସେ କହିଥିଲେ, ‘ସେହି ସମୟରେ ସେ ଛୋଟ ମଡେଲିଂ ଆସାଇନମେଣ୍ଟ କରୁଥିଲେ। ମଁୁ ତାଙ୍କୁ ପ୍ରକାଶ ପାଦୁକୋନଙ୍କ ଝିଅ ଭାବରେ ଜାଣିଥିଲି। କାରଣ ମୋ ବାପା ପ୍ରକାଶ ପାଦୁକୋନଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ ।

ଇନ୍ଦ୍ରଜିତ କହିଛନ୍ତି, ‘ପ୍ରକାଶ ପାଦୁକୋନ ଜଣେ ଅତି ଶୃଙ୍ଖଳିତ ବ୍ୟକ୍ତି ଏବଂ ସେ ଏକ ସାଂସ୍କୃତିକ ପୃଷ୍ଠଭୂମିରୁ ଆସିଛନ୍ତି।

ମୁଁ ଯେତେବେଳେ ଦୀପିକାଙ୍କୁ ପ୍ରଥମ ଥର ଦେଖିଲି, ସେତେବେଳେ ସେ ମଧ୍ୟ ତାଙ୍କ ବାପାଙ୍କ ପରି ତାଙ୍କ ଆଖିରେ କିଛି ଇଚ୍ଛା ଦେଖିଲି। ତାଙ୍କବାପା ସର୍ବଦା ଚାହୁଁଥିଲେ ଯେ ସେ ବ୍ୟାଡମିଣ୍ଟନ ଖେଳାଳି ହୁଅନ୍ତୁ। ଅବଶ୍ୟ, ପରେ ଦୀପିକାଙ୍କ ଧ୍ୟାନ ବଦଳିଗଲା ଏବଂ ସେ ଜଣେ ଅଭିନେତ୍ରୀ ହେବାକୁ ସ୍ଥିର କଲେ। ଏହି କାମରେ ତାଙ୍କ ବାପା ପ୍ରକାଶ ତାଙ୍କୁ ସମର୍ଥନ କରିଥିଲେ, ଯେଉଁଥିପାଇଁ ସେ ଜଣେ ବଡ ଅଭିନେତ୍ରୀ ହୋଇଥିଲେ।

ଯେତେବେଳେ ସେ ମୋର ପ୍ରଥମ ଫିଲ୍ମ ଐଶ୍ୱର୍ଯ୍ୟାରେ କାମ କଲେ, ମୁଁ ତାଙ୍କ ଭିତରେ ଅନୁଶାସନ ଦେଖିଲି, ଫୋକସ ଦେଖିଲି, କିଛି ପାଇବା ପାଇଁ ଇଚ୍ଛା ଦେଖିଲି ଏବଂ ପରିବାରର ନାମ ଉଚ୍ଚ କରିବାକୁ ଆଗ୍ରହ ମଧ୍ୟ ଦେଖିଲି।

ଏପରି କଥା ଶୁଣି ମଁ ଆଶ୍ଚର୍ଯ୍ୟ ହୋଇଗଲି। ଯଦି ଏହି ଖବର ସତ ତେବେ ଏହା ଅତ୍ୟନ୍ତ ଦୁଃଖଦାୟକ।

Share