ବିଗ୍‌ ବି’ଙ୍କୁ ନେଇ ଏମିତି କହିଲେ ସଲମାନଙ୍କ ବାପା

ମୁମ୍ବାଇ: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ ୫୦ ବର୍ଷ ଧରି ବି-ଟାଉନରେ କାମ କରିଆସୁଛନ୍ତି। ସେ ଇଣ୍ଡଷ୍ଟ୍ରିକୁ ଅନେକ ସୁପରହିଟ୍‌ ଫିଲ୍ମ ଦେଇଛନ୍ତି। ନିଜ ଅଭିନୟ ଯାଦୁରେ ସମସ୍ତଙ୍କୁ ବାନ୍ଧି ରଖିଛନ୍ତି ସେ। ଏବେ କିନ୍ତୁ ସେ ଅବସର ନେଇଯିବା ଉଚିତ୍‌ ବୋଲି କହିଛନ୍ତି ବଲିଉଡ୍‌ର ଭାଇଜାନ ସଲମାନ ଖାନ୍‌ଙ୍କ ବାପା ସଲିମ ଖାନ୍‌।

ନିକଟରେ ଏକ ସାକ୍ଷାତକାରରେ ସେ କହିଛନ୍ତି ବିଗ ବି’ ନିଜ କ୍ୟାରିଅରରେ ଯାହା କିଛି ପାଇବା କଥା ସେ ସବୁ କିଛି ପାଇ ସାରିଛନ୍ତି। ଅନେକ ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ ମଧ୍ୟ କରିଛନ୍ତି। ଏବେ ସେ ଏହି ଫିଲ୍ମ ଦୁନିଆରୁ ବିରତି ନେଇଯିବା ଉଚିତ୍‌ ବୋଲି ସଲିମ ବିଗ୍‌ ବି’ଙ୍କୁ ପରାମର୍ଶ ଦେଇଛନ୍ତି।

ଅମିତାଭ ବଚ୍ଚନ ଏବଂ ସଲିମ ଖାନ୍‌ ୧୦ରୁ ଅଧିକ ଫିଲ୍ମରେ ଏକାଠି କାମ କରିଛନ୍ତି। ଫିଲ୍ମ ‘ଜଞ୍ଜିର୍‌’ରୁ ଦୁହେଁ ପ୍ରଥମେ କାମ କରିଥିଲେ।

Share