ଐଶ୍ୱର୍ଯ୍ୟାଙ୍କ ସହ ବ୍ରେକ୍‌ଅପ୍‌ରେ ସଲମାନଙ୍କ ବାପା କହିଥିଲେ ଏମିତି

ଅଭିନେତା ସଲମାନ ଖାନ ହେଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିର ମୋଷ୍ଟ ଇଲିଜିବଲ ବ୍ୟାଚଲର। ଯାହାଙ୍କୁ ଏମିତି ପ୍ରଶ୍ନ ସର୍ବଦା ପଚରା ଯାଏ ସେ କେବେ ବିବାହ କରିବେ। ତେବେ ସଲମାନଙ୍କ ଜୀବନରେ ସଂଗୀତା ବିଜଲାନି, ଐଶ୍ୱର୍ଯ୍ୟା ରାୟ, ସୋମି ଅଲି ଖାନ, କ୍ୟାଟ୍ରିନା କୈଫ୍‌ଙ୍କ ଭଳିଅଭିନେତ୍ରୀ ଆସିଥିଲେ। କିନ୍ତୁ ଏହି ସମ୍ପର୍କ ବିବାହ ପର୍ଯ୍ୟନ୍ତ ପହଞ୍ଚି ପାରି ନ ଥିଲା। ସଲମାନଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଅନେକ ଥର ତାଙ୍କ ବିବାହ ସମ୍ପର୍କ ସମ୍ବନ୍ଧୀୟ ପ୍ରଶ୍ନ ପଚରାଯାଏ, ଯେଉଁଥିରେ ସମସ୍ତେ ହସନ୍ତି। କିନ୍ତୁ ତାଙ୍କ ବାପା ସଲିମ ଖାନ ତାହା କରି ନ ଥିଲେ।

ସଲିମ ଖାନ ‘ସିନେବ୍ଲିଟିଜ’ ପତ୍ରିକାକୁ ଏକ ସାକ୍ଷାତକାର ଦେଇଥିଲେ, ଯେଉଁଥିରେ ତାଙ୍କୁ ସଲମାନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ବ୍ରେକଅପ ବିଷୟରେ ପଚରାଯାଇଥିଲା। ଏଥିପାଇଁ ସେ କହିଥିଲେ, ସେମାନଙ୍କୁ ଛାଡିଦିଅ। ସେମାନେ ଏବେ ବଡ ହୋଇଯାଇଛନ୍ତି। ଯଦି ସେମାନଙ୍କର ସମ୍ପର୍କ ଦୃଢ଼ ଥିବ ତେବେ ଦୁନିଆରେ କେହି ସେମାନଙ୍କୁ ଅଲଗା କରିପାରିବେ ନାହିଁ। ଯଦି ତାଙ୍କୁ ମାରିଦିଆଯାଏ , ସେ ଅମର ପ୍ରେମିକ ହୋଇଯିବେ।

Share