ଏହି ବୋଲ୍ଡ ଅଭିନେତ୍ରୀଙ୍କ ସୁଇମିଂପୁଲ ଦୃଶ୍ୟର ଶୁଟିଂ ପାଇଁ କରିବାକୁ ପଡ଼ିଥିଲା ଏମିତି

ବଲିଉଡର ଅନେକ ସୁନ୍ଦର ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଅତୀତରେ ନିଜର ଅଭିନୟ ଏବଂ ସୌନ୍ଦର୍ଯ୍ୟ ପାଇଁ ଲୋକଙ୍କ ହୃଦୟ ଜିତି ପାରିଛନ୍ତି। ମାତ୍ର ବର୍ତ୍ତମାନ ସମୟ ସମ୍ପୂର୍ଣ୍ଣ ବଦଳି ଯାଇଛି। ଆମେ ବଲିଉଡ୍‌ର ବୋଲ୍ଡ ଅଭିନେତ୍ରୀ ବିଷୟରେ କହୁଛୁ। ଯିଏ ତାଙ୍କ ସମୟରେ ଦର୍ଶକଙ୍କ ମନ ଜିତି ପାରିଥିଲେ। ସେ ହେଉଛନ୍ତି ଅଭିନେତ୍ରୀ ବବିତା କପୁର। ଅଭିନେତା ରଣନ୍ଧୀର କପୁରଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ କରିସ୍ମା-କରୀନାଙ୍କ ମା’। ତେବେ ଜାଣନ୍ତୁ ଏହି ବୋଲ୍ଡ ଅଭିନେତ୍ରୀଙ୍କ ବିଷୟରେ କିଛି ଅଜଣା କଥା।

ବବିତାଙ୍କ ବାପା ହରି ଶିବଦାସାନୀ ଜଣେ ଅଭିନେତା ଥିଲେ। ବବିତା ମଧ୍ୟ ପିଲାଦିନରୁ ଅଭିନେତ୍ରୀ ହେବାର ସ୍ବପ୍ନ ଦେଖିଥିଲେ। ସେ ୧୯୬୬ ମସିହାରେ ଫିଲ୍ମ ‘ଦଶ ଲାକ୍ଷ’ରୁ ବଲିଉଡରେ ଡେବ୍ୟୁ କରିଥିଲେ। ପରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ହିଟ୍‌ ହୋଇଥିଲା । ପରେ ତାଙ୍କ ପାଖକୁ ଫିଲ୍ମର ଅଫର ଲାଗିଥିଲା।

କୁହାଯାଏ ଯେ, ଫିଲ୍ମ ‘ଅନମୋଲ ମୋତି’ର ଏକ ଗୀତର ଶୁଟିଂ ହେଉଥିଲା। ଯାହାର ନାମ ଥିଲା ‘ ଏ ଜାନେ ଚମନ୍‌ ତେରା ଗୋରା ବଦନ୍‌ ’। ଏହି ଗୀତଟି ପାଣି ଭିତରେ ଶୁଟିଂ କରାଯାଉଥିଲା। ତେବେ ବବିତା ପହଁରା ଶିଖି ନ ଥିଲେ। ତେଣୁ ସେ ବୁଡ଼ିଯିବାର ବିପଦ ଥିଲା। ଏହି ଗୀତର ସୁଟିଂ ପାଇଁ ନିର୍ଦ୍ଦେଶକଙ୍କ ଚିନ୍ତା ବଢ଼ିଗଲା। ସେ ସୁଇମିଂ ପୁଲରେ ଏକ ଟାଙ୍କି ରଖିଥିଲେ ଏବଂ ଏଥିରେ ବବିତା ଠିଆ ହୋଇଥିବା ବେଳେ ଗୀତର ଶୁଟିଂ ହୋଇଥିଲା।

Share