ଅନେକ ସମୟରେ ଏହା ଶୁଣିବାକୁ ମିଳିଥାଏ ଯେ ଜୀବନରେ ସାଥୀଟିଏ ନିହାତି ଆବଶ୍ୟକ। ବିନା ସାଥୀରେ ଜୀବନ ଜିଇବା ଅନେକ କଷ୍ଟସାଧ୍ୟ ହୋଇଥାଏ। ଏ ନେଇ ଅନେକ ଦିନ ପୂର୍ବେ ଝିଅ ବଡ଼ ହେବା ମାତ୍ରେ ଘରେ ତାହାର ବିଭାଘର କଥା ଚିନ୍ତା କରିଥାନ୍ତି। ମାତ୍ର ବର୍ତ୍ତମାନ ସମୟରେ ଏହି କାରଣ ପାଇଁ ଅନେକ ଝିଅ ବାହାହେବାକୁ ପସନ୍ଦ ନ କରି ଏକା ରହିବାକୁ ପସନ୍ଦ କରନ୍ତି। ତେବେ ଜାଣନ୍ତୁ ସେ କାରଣ ସମ୍ପର୍କରେ…
ନିଜ କ୍ୟାରିୟର ଉପରେ ଦେଇଥାନ୍ତି ଧ୍ୟାନ: ଝିଅମାନେ ବର୍ତ୍ତମାନ ସମୟରେ ନିଜର କ୍ୟାରିୟର ଉପରେ ଧ୍ୟାନ ଦେଇଥାନ୍ତି। ବିବାହ ପରେ ତାଙ୍କୁ ତାଙ୍କ ନାଁଠୁ ଆରମ୍ଭ କରି ପରିବାର ସବୁକିଛିରେ ଛାଡିବାକୁ ପଡିଥାଏ। ସ୍ବାମୀଙ୍କ ପରିବାର ସହିତ ଖାପ ଖୁଆଇ ଚଳିବାକୁ ଅନେକ ସମୟ ଲାଗିଯାଏ। ଯାହାଫଳରେ ସେମାନେ କ୍ୟାରିୟରକୁ ଧ୍ୟାନ ଦେଇ ପାରି ନ ଥାନ୍ତି।
ଏକୁଟିଆ ରହିବାକୁ ପସନ୍ଦ: ଅନେକ ଝିଅ ଏକୁଟିଆ ରହିବାକୁ ପସନ୍ଦ କରିଥାନ୍ତି। ସେମାନଙ୍କୁ କୌଣସି ସାଥୀର ଆବଶ୍ୟକ ପଡ଼ି ନ ଥାଏ। ସେମାନେ କାହାକୁ ତାଙ୍କ ଜୀବନରେ ଅଧିକ ଗୁରୁତ୍ୱ ଦେବାକୁ ଚାହିଁ ନ ଥାନ୍ତି।
ସ୍ବାଧୀନ ରହିବାକୁ ପସନ୍ଦ: ସବୁ ସମୟରେ ପରିବାର ଲୋକେ ଝିଅକୁ କହିଥାନ୍ତି, ଏଇଠି ଯାହା କରୁଛୁ କର ଶାଶୁ ଘରେ ଏସବୁ ଚଳିବନି ତ, ସେଠି ତାଙ୍କ ମନ ନେଇ ଚଳିବାକୁ ହୋଇଥାଏ। ଏହି ଡର ଛୋଟବେଳୁ ଝିଅଙ୍କ ମନରେ ରହିଯାଇଥାଏ, ଯେଉଁଥି ପାଇଁ ସେ ବିଭାଘର କଥା ଶୁଣୁଶୁଣୁ ଚିଡିଯାଆନ୍ତି।
ମନ ପସନ୍ଦ ପୁଅ ନ ମିଳିବାରୁ: ଅନେକ ଝିଅଙ୍କୁ ନିଜ ମନ ପସନ୍ଦର ପୁଅ ନ ମିଳିବା କାରଣରୁ ସେମାନେ କୁଆଁରୀ ରହିବାକୁ ପସନ୍ଦ କରିଥାନ୍ତି। ପରିବାର କଥାରେ ଆସି ସେମାନେ କୌଣସି ତ୍ୟାଗ କରିବାକୁ ପସନ୍ଦ କରି ନ ଥାନ୍ତି।