ସାଧାରଣତଃ ମାଟିରେ ମୂର୍ତ୍ତି ନିର୍ମାଣ କରାଯାଇଥାଏ। କିନ୍ତୁ ପଶ୍ଚିମବଙ୍ଗ ହୁଗୁଳିର ଜଣେ ନାବାଳକ କାଗଜରେ ପ୍ରତିମା କରି ଘରେ ପୂଜା କରୁଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
କାଗଜରେ ଡଙ୍ଗା, ଜାହାଜ ଏବଂ ପକ୍ଷୀ ତିଆରି ହୋଇଥାଏ। ଏବେ କାଗଜରେ ମା’ ଦୁର୍ଗାଙ୍କ ମୂର୍ତ୍ତି ତିଆରି କରିଛନ୍ତି ୧୦ ବର୍ଷର ବାଳକ ଦୀପ୍ତରୂପ ଘୋଷ। ତାଙ୍କ ଘରେ ଦୀର୍ଘଦିନରୁ ମା’ ଦୁର୍ଗାଙ୍କ ପୂଜା ଆୟୋଜିତ ହୋଇଆସୁଥିଲା। ହଠାତ୍ ତାଙ୍କ ପିଉସାଙ୍କ ଦେହ ଖରାପ ହୋଇଗଲା। ତାଙ୍କ ପିତା ବି ଅସୁସ୍ଥ ହୋଇଗଲେ। ସେତେବେଳେ ଘୋଷ ପରିବାରଙ୍କୁ ଲାଗିଲା ତାଙ୍କ ବଂଶ ପରମ୍ପରା ଅନୁଯାୟୀ ହୋଇ ଆସୁଥିବା ମା’ ଦୁର୍ଗାଙ୍କ ପୂଜା ବୋଧେ ହୋଇପାରିବନି। ସେତେବେଳେ ଦୀପ୍ତରୂପ ମା’ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ କରିବା ପାଇଁ ନିଜ ମୁଣ୍ଡକୁ ନେଲେ। ୮ ବର୍ଷ ହେଲା ଦୀପ୍ତରୂପ ଏପରି କାଗଜ ମୂର୍ତ୍ତି ନିର୍ମାଣ କରି ଆସୁଛନ୍ତି।
ବଜାର ଦରଦାମ୍ ଦେଖି ମା’ଙ୍କର ମାଟି ମୂର୍ତ୍ତି ଗଢ଼ିବା ଘୋଷ ପରିବାର ପାଇଁ ଅସମ୍ଭବ ହୋଇପଡ଼ିଲା। ତେଣୁ ଦୀପ୍ତରୂପ କାଗଜ, ଅଏଲ ପେପର ଏବଂ ଅଖା ନେଇ ମା’ଙ୍କ ମୂର୍ତ୍ତି ଗଢ଼ିବାରେ ଲାଗିଲେ। ଏଥିରେ ସେ ସଫଳ ହେଲେ ମଧ୍ୟ। ବେଶ୍ ସୁନ୍ଦର ମୂର୍ତ୍ତି ଗଢ଼ିପାରିଲେ ଦୀପ୍ତରୂପ। ଏବେ ତାଙ୍କ ମୂର୍ତ୍ତି ନିର୍ମାଣକୁ ନେଇ ସବୁଠି ଚର୍ଚ୍ଚା।