ଦିଲ୍ଲୀରେ ସ୍ଥାପିତ ହେଲା ୧୦ ହଜାର ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ସେଣ୍ଟର

ନୂଆଦିଲ୍ଲୀ, ୫।୭: ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ ହଜାର ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ସେଣ୍ଟର ସ୍ଥାପିତ କରାଯାଇଛି। ଏହି ସେଣ୍ଟରର ପରିଦର୍ଶନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କରିଛନ୍ତି। ଏଠାରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ୨୫୦ଟି ଆଇସିୟୁ ରହିଛି। ରାଜନାଥ ସିଂ ଏଠାରେ ମୁତୟନ ଥିବା ସୁରକ୍ଷାକର୍ମୀ ତଥା ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି। ଏହି ସେଣ୍ଟରକୁ ୧୧ ଦିନରେ ନିର୍ମାଣ କରାଯାଇଛି। ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ ଏହାର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ଡିଆର୍‌ଡିଓ ଅଧ୍ୟକ୍ଷ ଜି. ସତୀଶ ରେଡ୍ଡୀ ଏବଂ ଆଇଟିବିପି ମୁଖ୍ୟ ଏସ୍‌.ଏସ୍‌. ଦେଶଓ୍ବାଲ ମଧ୍ୟ ଉପସ୍ଥିତ ଥିଲେ।

Share