ପୃଥିବୀ ଆଡ଼କୁ ମାଡ଼ିଆସୁଛି ୧୦୧୭ ଫୁଟ ଲମ୍ବ ଉଲକାପିଣ୍ଡ

ଓ୍ବାଶିଂଟନ,୨୪।୬: ପୃଥିବୀରେ କରୋନା ଆତଙ୍କ ଦେଖାଦେଇଥିବାବେଳେ ଏବେ ମହାକାଶରୁ ବିରାଟକାୟ ଉଲକାପିଣ୍ଡ ୨୦୧୦-ଏନ୍‌ଓ୍ବାଇ-୬୫ ମାଡ଼ି ଆସୁଛି। ଜୁନ ୨୪ରେ ଏହା ପୃଥିବୀର ନିକଟ ଦେଇ ଗତି କରିବ ବୋଲି ନାସା ପକ୍ଷରୁ କୁହାଯାଇଛି। ଏହା ଘଣ୍ଟାପ୍ରତି ୪୬ ହଜାର ୫ ଶହ କିଲୋମିଟର ବେଗରେ ପୃଥିବୀର ନିକଟବର୍ତ୍ତୀ ହେବାରେ ଲାଗିଛି। ଏହା ପୃଥିବୀଠାରୁ ୩୭ ଲକ୍ଷ କିଲୋମିଟର ଦୂରରେ ନିଜ କକ୍ଷ ପଥରେ ଅଗ୍ରସର ହେବ। ତେବେ ପୃଥିବୀ ପ୍ରତି କୌଣସି ବିପଦ ନାହିଁ ବୋଲି ନାସା ପକ୍ଷରୁ କୁହାଯାଇଛି। ଉଲକାପିଣ୍ଡର ଏହାର ଲମ୍ବ ୧୦୧୭ ଫୁଟ। ଏହା ଦିଲ୍ଲୀର କୁତବମିନାରଠାରୁ ପ୍ରାୟ ୪ ଗୁଣା ଓ ଆମେରିକାର ଷ୍ଟାଚ୍ୟୁ ଅଫ ଲିବର୍ଟିଠାରୁ ପ୍ରାୟ ୩ ଗୁଣା ବଡ଼ ହେବ ବୋଲି ମହାକାଶ ବିଜ୍ଞାନୀ ଅନୁମାନ କରିଛନ୍ତି। ସୂଚନାଯୋଗ୍ୟ, ୨୦୧୦ ଜୁଲାଇ ୧୦ରେ ଏହାକୁ ଠାବ କରାଯାଇଥିଲା। ଏହାରନାମ ୨୦୧୦-ଏନ୍‌ଓ୍ବାଇ- ୬୫ ରଖାଯାଇଥିଲା।

Share