ଭୁବନେଶ୍ୱର,୨୬।୧୨(ବ୍ୟୁରୋ): କୋଭିଡ ଗାଇଡ୍ଲାଇନ୍କୁ ନେଇ ହେବ ଦଶମ ଏବଂ ଦ୍ୱାଦଶ ପରୀକ୍ଷା। ଏନେଇ ସ୍କୁଲ୍ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି। ବିଦ୍ୟାଳୟମାନଙ୍କରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ସେ କହିଛନ୍ତି।
ଅନ୍ୟପଟେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ସ୍ଥିତିକୁ ନେଇ ମଙ୍ଗଳବାର ଅପରାହ୍ନରେ ସମୀକ୍ଷା ବୈଠକ କରିବେ। ବୈଠକରେ ବରିଷ୍ଠ ଅଧିକାରୀମାନେ ଯୋଗ ଦେବେ ବୋଲି ସୂଚନା ମିଳିଛି।