ବ୍ରିଜ୍‌ ଉପରେ ସାଇକେଲ ରଖି ନଦୀକୁ ଡେଇଁ ପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ଅଠରବାଙ୍କି ଓଭରବ୍ରିଜ୍‌ ଉପରୁ ବୁଧବାର ଖରାବେଳେ ଜଣେ ଦଶମ ଶ୍ରେଣୀ ଛାତ୍ର ନାହିଁ କାଉଡ଼ିଆ ନଦୀରେ ପଡ଼ି ଯାଇ ନିଖୋଜ ଅଛନ୍ତି। ତାଙ୍କୁ ସ୍ଥାନୀୟ ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍‌ ଟିମ୍‌ ପକ୍ଷରୁ ଖୋଜାଖୋଜି ଚାଲିଛି। ଦଶମ ଶ୍ରେଣୀ ଛାତ୍ର ହେଲେ ଦିବାକର ମାନସିଂହଙ୍କ ପୁଅ ତ୍ରିଲୋଚନ (୧୬)। ସେ ଦଶମ ପରୀକ୍ଷା ଦେଇଥିଲେ। ଖରାବେଳେ ସେ ଓଭରବ୍ରିଜ୍‌ ଉପରେ ସାଇକେଲ, ଡ୍ରେସ୍‌, ମୋବାଇଲ, ଜୋତା ରଖି ନଦୀକୁ ଡେଇଁ ପଡ଼ିଥିଲେ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ସଂପୃକ୍ତ ମୋବାଇଲ ଓ ପୋଷାକକୁ ପାରାଦୀପ ଆଦର୍ଶଥାନା ପୋଲିସ ଜବତ କରି ତଦନ୍ତ ଚଳାଇଛି।

Share