ପିତାଙ୍କ ଶେଷଇଚ୍ଛା ପୂରଣ କଲେ ୧୨ ଝିଅ

ମୁମ୍ବାଇ,୩୧।୧: ଭାରତୀୟ ପରମ୍ପରାରେ ମାତାପିତାଙ୍କ ପାର୍ଥିବ ଶରୀରରେ ପୁଅମାନେ କାନ୍ଧ ଦେବା ସହ ମୁଖାଗ୍ନି ଦେଇଥାନ୍ତି। ମାତ୍ର ମହାରାଷ୍ଟ୍ରର ଜଣେ ବ୍ୟକ୍ତିଙ୍କ ପାର୍ଥିବ ଶରୀରରେ ୧୨ ଜଣ ଝିଅ କାନ୍ଧ ଲଗାଇ ପିତାଙ୍କ ଶେଷ ଇଚ୍ଛା ପୂରଣ କରିଛନ୍ତି।

ମହାରାଷ୍ଟ୍ରର ଓ୍ବାସିମ୍‌ ଜିଲାର ଶେନ୍ଦୁରଜନା ଗାଁରେ ପୁରୁଷପ୍ରଧାନ ସଂସ୍କୃତିକୁ ପଛରେ ପକାଇ ୧୨ ଝିଅ ନିଜ ପିତାଙ୍କ ପାର୍ଥତ୍ବ ଶରୀରରେ କାନ୍ଧ ଦେଇଛନ୍ତି। ୯୨ ବର୍ଷୀୟ ବୃଦ୍ଧ ସଖାରାମ ଗଣପତିରାଓ୍ବଙ୍କ ୨୯ ଜାନୁୟାରୀରେ ମୃତ୍ୟୁ ଘଟିଥିଲା। ତାଙ୍କର କୌଣସି ପୁଅ ନ ଥିଲେ। କେବଳ ୧୨ ଝିଅ।
ପିତାଙ୍କ ଅନ୍ତିମ ସଂସ୍କାର କୌଣସି ପୁଅଙ୍କଠାରୁ କମ୍‌ କରିନାହାନ୍ତି ଏହି ଝିଅମାନେ। ପିତାଙ୍କ ମରଶରୀରକୁ କାନ୍ଧେଇ ଶ୍ମଶାନ ପର୍ଯ୍ୟନ୍ତ ଯାଇଥିଲେଥ। ସେଠାରେ ମୁଖାଗ୍ନି ଦେଇଥିଲେ ବଡ଼ ଝିଅ।

ଝିଅ ଭାଗ୍ୟଶ୍ରୀ କୁହନ୍ତି, ଆମେ ୧୨ ଭଉଣୀ। ଆମେ ପିତାଙ୍କ ପାର୍ଥିବ ଶରୀରରେ କାନ୍ଧ ଦେଇ ତାଙ୍କ ଶେଷଇଚ୍ଛା ପୂରଣ କରିଛୁ।

Share