Advertisement

ହୀରାକୁଦ ଡ୍ୟାମ୍‌ର ୧୨ ଗେଟ୍‌ ଖୋଲିଲା

ସମ୍ବଲପୁର ଅଫିସ,୧୭ା୮: ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ହୀରାକୁଦ ଡ୍ୟାମ୍‌ର ଜଳପତ୍ତନ ବୃଦ୍ଧି ପାଇଛି। ଫଳରେ ୧୨ଟି ଗେଟ୍‌ ମଧ୍ୟ ଦେଇ ଜଳ ନିଷ୍କାସିତ ହେଉଛି। ଡ୍ୟାମ୍‌ର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ଏବେ ଜଳସ୍ତର ୬୧୫.୪୧ ଫୁଟକୁ ବୃଦ୍ଧି ପାଇଛି।
ସେହିପରି ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡ୍‌ରେ ୨ ଲକ୍ଷ ୪ ହଜାର ୭୯ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ସ୍ଲୁଇସ୍‌ ଗେଟ୍‌, ପାଓ୍ବାର ଚ୍ୟାନେଲ ଏବଂ ବିଭିନ୍ନ କେନାଲ ଦେଇ ମୋଟ୍‌ ୧ ଲକ୍ଷ ୯୩ ହଜାର ୩୫୩ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share