Categories: ଜାତୀୟ

ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ହରଣ ଜଣାନାହିଁ

ନୂଆଦିଲ୍ଲୀ,୧୯।୧: ବାର୍ଷିକ ଶିକ୍ଷା ସ୍ଥିତି ରିପୋର୍ଟ (ଏଏସ୍‌ଇଆର୍‌) ବୁଧବାର ପ୍ରକାଶ ପାଇଛି, ଯେଉଁଥିରେ ଭାରତରେ ଛାତ୍ରୀଛାତ୍ରଙ୍କ ଗାଣିତିକ ଦକ୍ଷତା ଓ ପଠନ ସାମର୍ଥ୍ୟକୁ ନେଇ ପ୍ରଶ୍ନ ଉଠିଛି। ଉକ୍ତ ରିପୋର୍ଟ ଅନୁଯାୟୀ ଗ୍ରାମାଞ୍ଚଳରେ ପଢ଼ୁଥିବା ୧୪ରୁ ୧୮ ବର୍ଷ ବୟସର ଅର୍ଦ୍ଧାଧିକ ପିଲା ୩ ଅଙ୍କ ବିଶିଷ୍ଟ ସଂଖ୍ୟାକୁ ହରଣ କରିପାରୁ ନାହାନ୍ତି, ଯାହାକି ତୃତୀୟ ଶ୍ରେଣୀରେ ପଢ଼ାଯାଇଥାଏ। ସେହିପରି ୧୪ରୁ ୧୮ ବର୍ଷ ବୟସର ୨୬ ପ୍ରତିଶତରୁ ଅଧିକ ଗ୍ରାମାଞ୍ଚଳ ପିଲା ଆଞ୍ଚଳିକ ଭାଷାରେ ଲିଖିତ ଦ୍ୱିତୀୟ ଶ୍ରେଣୀ ପାଠ୍ୟପୁସ୍ତକ ମଧ୍ୟ ପଢ଼ିପାରୁ ନାହାନ୍ତି। ସେହିପରି ୪୨.୭ ପ୍ରତିଶତ ଇଂଲିଶ ପଢ଼ିପାରୁ ନ ଥିବା ଜଣାଯାଇଛି। ଦୈନନ୍ଦିନ ଜୀବନରେ ମୌଳିକ ହିସାବ କିତାବ ପାଇଁ ଆବଶ୍ୟକ ଗାଣିତିକ ଦକ୍ଷତା ଦଶମ ଏବଂ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କଠାରେ ନ ଥିବା ରିପୋର୍ଟରେ କୁହାଯାଇଛି।

Share