ଏପ୍ରିଲ ୨୭ରୁ ୧୪ ଦିନିଆ ଲକ୍‌ଡାଉନ୍‌ ଘୋଷଣା

ବେଙ୍ଗାଲୁରୁ,୨୬।୪: କରୋନାର ଦ୍ୱିତୀୟ ଲହର ଦେଶରେ ହଇଚଇ ସୃଷ୍ଟି କରିଛି। କ୍ରମାଗତ କରୋନା ସଂକ୍ରମଣ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଏବଂ ମୃତ୍ୟୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। କର୍ନାଟକରେ କରୋନା ସଂକ୍ରମଣର ବେଗରେ ବ୍ରେକ ଲଗାଇବା ପାଇଁ ଏପ୍ରିଲ ୨୭ ରାତି ୯ ଟାରୁ ୧୪ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟ ମଧ୍ୟରେ, ଅତ୍ୟାବଶ୍ୟକ ସେବା ବ୍ୟତୀତ ସମସ୍ତ ସେବା ବନ୍ଦ ରହିବ। ଖାଦ୍ୟ ସାମଗ୍ରୀ, କ୍ଷୀର ଏବଂ ପନିପରିବା ଦୋକାନ ସକାଳ ୬ରୁ ୧୦ଟା ପର୍ଯ୍ୟନ୍ତ ଚାରି ଘଣ୍ଟା ପାଇଁ ଖୋଲାଯିବ। ଜନସାଧାରଣ ପରିବହନ ବନ୍ଦ ରହିବ। କର୍ନାଟକର ମୁଖ୍ୟମନ୍ତ୍ରୀ ସୋମବାର ଏହା ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ, କରୋନାର ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟରେ ଶଯ୍ୟା, ଭେଣ୍ଟିଲେଟର ଏବଂ ଅମ୍ଳଜାନ ଅଭାବ ଦେଖାଦେଇଛି। ଯାହାକୁ ଦୂର କରିବା ପାଇଁ ସରକାର ସମସ୍ତ ପ୍ରୟାସ କରୁଛନ୍ତି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩.୫୫ଲକ୍ଷରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୨୮୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

Share