ଭଦ୍ରକ ଅଫିସ,୧୭ା୪: ଭଦ୍ରକ ରାନ୍ଦିଆରେ ଥିବା ଫେକର କମ୍ପାନୀର ୨୦୦ ମିଟର ଅଞ୍ଚଳରେ ସୋମବାର ସକାଳ ୬ଟାରୁ ୧୯ଏପ୍ରିଲ ବୁଧବାର ସକାଳ ୬ଟା ପର୍ଯ୍ୟନ୍ତ ୧୪୪ଧାରାକୁ ବଳବତ୍ତର କରାଯାଇଛି। ଗତ ମଙ୍ଗଳବାର କମ୍ପାନୀରେ ଫରନେସ ଚାର୍ଜିଙ୍ଗ ବେଳେ ନିଆଁ ଲାଗି ଦୁଇ ଶ୍ରମିକ ଗୁରୁତର ହୋଇଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିଲା। ଉତ୍ତେଜନା ପରିସ୍ଥିତିକୁ ନେଇ ସବ୍ଡିଭିଜନାଲ ମାଜିଷ୍ଟ୍ରେଟ ମନୋଜ କୁମାର ପାତ୍ରଙ୍କ ନିର୍ଦ୍ଦେଶ ଅନୁଯାୟୀ ୧୪୪ ଧାରା ଜାରି କରାଯାଇଛି। କମ୍ପାନୀ ପରିସରରେ ଭଙ୍ଗାରୁଜା ସହ ଉତ୍ତେଜନାକୁ ନଜରରେ ରଖି ଏହି କଟକଣା ଜାରି କରାଯାଇଥିଲା। ଆଇନଶୃଙ୍ଖଳା ପରିସ୍ଥିତିକୁ ଲକ୍ଷ୍ୟ କରି ଗତ ବୁଧବାରଠାରୁ ୧୪୪ ଧାରା ଜାରି କରାଯାଇଛି।