୧୫ ଦିନର ଶିଶୁ କନ୍ୟାକୁ ଜୀବନ୍ତ ପୋତିଦେଲେ

ଇସଲାମାବାଦ,୮।୭: ପାକିସ୍ତାନରୁ ଏକ ଲୋମ ଟାଙ୍କୁରା ଖବର ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବ୍ୟକ୍ତି ନିଜର ୧୫ ଦିନର ଶିଶୁ କନ୍ୟାକୁ ଜୀବନ୍ତ ପୋତି ଦେଇଛନ୍ତି। ପୋଲିସ ଅଭିଯୁକ୍ତ ବାପାଙ୍କୁ ଗିରଫ କରିଛି। ଏଆରଓ୍ବାଇ ନ୍ୟୁଜ ରିପୋର୍ଟ ଅନୁଯାୟୀ, ଏହି ଭୟଙ୍କର ତଥା ଜଘନ୍ୟ ଅପରାଧ ପାକିସ୍ତାନର ତରୁଶା ଜିଲାରେ କରାଯାଇଥିଲା। ପୋଲିସ ଅଧିକାରୀ କହିଛନ୍ତି ଯେ ତୈୟବ ନାମକ ଜଣେ ବ୍ୟକ୍ତି ତାଙ୍କର ଏହି ଘୃଣ୍ୟ କାର୍ଯ୍ୟକୁ ସ୍ବୀକାର କରିଛନ୍ତି।

ପୋଲିସର ସୂଚନାନୁସାରେ, ଅଭିଯୁକ୍ତ ଜଣକ କହିଥିଲେ ଯେ ଜନ୍ମରୁ ତାଙ୍କ ଝିଅ ଅସୁସ୍ଥ ଥିଲା। ଆର୍ଥିକ ପ୍ରତିବନ୍ଧକ ହେତୁ ସେ ତାଙ୍କ ଝିଅକୁ ଚିକିତ୍ସା କରିବାରେ ସକ୍ଷମ ହୋଇନଥିଲେ, ଯେଉଁଥିପାଇଁ ସେ ତାଙ୍କୁ କବର ଦେବାକୁ ନିଷ୍ପତ୍ତି ନେଇଥିଲେ। ଅଭିଯୁକ୍ତ ପିତା ତୈୟବ ନବଜାତ ଝିଅକୁ କବର ଦେବା ପୂର୍ବରୁ ଏକ ଅଖା ଭିତରେ ରଖିଥିବା ସ୍ବୀକାର କରିଛନ୍ତି। ସମ୍ପୃକ୍ତ ବିଭାଗ ଅଧୀନରେ ତୈୟବଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। କୋର୍ଟଙ୍କ ନିର୍ଦ୍ଦେଶରେ ଶିଶୁର କବର ଖୋଳାଯିବ ବୋଲି ଆର୍‌ ନ୍ୟୁଜ ଅଧିକାରୀଙ୍କ ଉଦ୍ଧେଶ୍ୟରେ କହିଛନ୍ତି। ମୃତଦେହ ବାହାର କରିବା ପରେ ଏହାକୁ ପୋଷ୍ଟମର୍ଟମ ହାଉସକୁ ପଠାଯିବ ଏବଂ ଫୋରେନସିକ ଟିମ ଏହାର ତଦନ୍ତ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଜା ମସ୍‌ଜିଦ୍‌ ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍‌: ୨୪ ମୃତ, ୯୩ ଆହତ

ଜେରୁଜେଲମ୍‌,୬ା୧୦: ରବିବାର ଗାଜା ମସ୍‌ଜିଦ୍‌ ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ୍‌ କରିଛି। ଫଳରେ ଏହି ଆକ୍ରମଣରେ ଅତି କମ୍‌ରେ ୨୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯୩ ଜଣ...

ହମାସ ଆକ୍ରମଣକୁ ବର୍ଷେ: ଆଲର୍ଟରେ ଇସ୍ରାଏଲ

ବେରୁଟ୍‌,୬।୧୦: ଇସ୍ରାଏଲ ଉପରେ ହମାସ କ୍ଷେପଣାସ୍ତ୍ର ଆକ୍ରମଣର ଆସନ୍ତାକାଲି ଅର୍ଥାତ୍‌ ସୋମବାର ଏକ ବର୍ଷ ପୂରଣ ହେବ। ହମାସର ଏହି ଆକ୍ରମଣରେ ୧୦୦୦ରୁ ଅଧିକ ଇସ୍ରାଏଲ...

ଯେଉଁଠି କରାଯାଇଥିଲା ଗୁଳି ପୁଣି କାହିଁକି ସେଠାକୁ ଗଲେ ଟ୍ରମ୍ପ? ସାଙ୍ଗରେ ଥିଲେ ମସ୍କ

ପେନସିଲଭାନିଆ,୬।୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଶନିବାର ପେନସିଲଭାନିଆରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଛନ୍ତି। କୌତୁହଳର ବିଷୟ,...

ସବୁଜ ହେଉଛି ଆଣ୍ଟାର୍କଟିକା

ଲଣ୍ଡନ, ୬।୧୦: ଆଣ୍ଟାର୍କଟିକା ନାଟକୀୟ ଭାବେ ସବୁଜ ହେବାରେ ଲାଗିଛି। ଗତ ୩ ଦଶନ୍ଧି ତୁଳନାରେ ବିଗତ କିଛିବର୍ଷ ମଧ୍ୟରେ ଏହି ଧାରା ୩୦%ରୁ ଅଧିକ...

ଲେବାନନ ଆକ୍ରମଣରେ ୟୁଏଇ ଭୟଭୀତ, ବିମାନ ଚଳାଚଳ ବନ୍ଦ

ଦୁବାଇ,୫ା୧୦: ୟୁଏଇ ଲେବାନନ ଆକ୍ରମଣ ନେଇ ଭୟଭୀତ ହୋଇପଡ଼ିଛି। ସେପ୍ଟେମ୍ବର ୧୭ରେ ଲେବାନନର ରାଜଧାନୀ ବେରୁଟ ସମେତ ଅନେକ ସ୍ଥାନରେ ବାର୍ତ୍ତା ପହଞ୍ଚାଇବା ପାଇଁ ବ୍ୟବହୃତ...

ଶ୍ରୀଲଙ୍କା ସହ ମିଶି ଚାଇନାକୁ ପାନେ ଦେବ ଭାରତ: ଜୟଶଙ୍କରଙ୍କୁ ଭେଟିବା ପରେ ଶ୍ରୀଲଙ୍କା ରାଷ୍ଟ୍ରପତି କହିଲେ…

ନୂଆଦିଲ୍ଲୀ,୫।୧ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଶ୍ରୀଲଙ୍କାର ନୂତନ ରାଷ୍ଟ୍ରପତି ଅନୁରା କୁମାରା ଡିସାନାଇକେଙ୍କୁ ଭେଟିଛନ୍ତି। ଏହି ସମୟରେ ଦୁଇ ଦେଶ ମଧ୍ୟରେ ଚାଲିଥିବା...

ଅସ୍ତିତ୍ୱ ହରାଇବ ଇସ୍ରାଏଲ୍‌

ତେହରାନ/ଜେରୁଜେଲମ୍‌,୫ା୧୦: ଇରାନ ପକ୍ଷରୁ ଇସ୍ରାଏଲ୍‌ ଉପରେ କରାଯାଇଥିବା ସଦ୍ୟ ମିଶାଇଲ ମାଡ଼କୁ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇ ପ୍ରଶଂସା କରିବା ସହ ଆବଶ୍ୟକ ପଡ଼ିଲେ ପୁଣି...

ମଙ୍କିପକ୍ସ ଟେଷ୍ଟିଂ କିଟ୍‌କୁ ଡବ୍ଲ୍ୟୁଏଚ୍‌ଓର ମଞ୍ଜୁରୀ

ନୂଆଦିଲ୍ଲୀ,୪ା୧୦: ମଙ୍କିପକ୍ସ ରୋଗ ଚିହ୍ନଟ ପାଇଁ ପ୍ରଥମ ଟେଷ୍ଟିଂ କିଟ୍‌କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମଞ୍ଜୁରୀ ପ୍ରଦାନ କରିଛି। ମଙ୍କିପକ୍ସ ଭୂତାଣୁରୁ ସୃଷ୍ଟି ହେଉଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri