ପୁରୀ ଅଫିସ,୨୮।୪: ଦିନକୁ ଦିନ ରାଜ୍ୟରେ କରୋନା ସ୍ଥିତି ଭୟଙ୍କର ହେବାରେ ଲାଗିଲାଣି। ଏହାକୁ ଦୃଷ୍ଟିରେ ରଖି କରୋନା ଆକ୍ରାନ୍ତଙ୍କ ପାଇଁ ପୁରୀରେ ଆରମ୍ଭ ହେବାକୁ ଯାଉଛି ସ୍ବତନ୍ତ୍ର ବ୍ୟବସ୍ଥା। ପୁରୀରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ହେବ। ଏହି ହସ୍ପିଟାଲକୁ ଭୁବନେଶ୍ୱରରେ ଥିବା ସମ୍ ହସ୍ପିଟାଲ ପରିଚାଳନା କରିବ। ଏଥିରେ ୪୦ଟି ଆଇସିୟୁ ସହ ହସ୍ପିଟାଲରେ ୪ଟି ଭେଣ୍ଟିଲେଟର ବ୍ୟବସ୍ଥା ରହିବ। ଏନେଇ ସୂଚନା ଦେଇଛନ୍ତି, ପୁରୀ ଜିଲାପାଳ ସମର୍ଥ ବର୍ମା ।