ଅଗଷ୍ଟ ଦ୍ୱିତୀୟ ସପ୍ତାହରେ +୨ ପରୀକ୍ଷାଫଳ

ଭୁବନେଶ୍ୱର,୧୮।୬(ବ୍ୟୁରୋ): +୨ ପରୀକ୍ଷାଫଳ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ । ରେଜଲ୍ଟ ଓ ମୂଲ୍ୟାୟନ ପଦ୍ଧତ୍ତି ନେଇ ସିଏଚ୍‌ସିଇ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ମୂଲ୍ୟାୟନ ଦଶମ ପରୀକ୍ଷା ମାର୍କ ଭିତ୍ତିରେ ହେବାକୁ ନିଷ୍ପତ୍ତି ହୋଇଛି। ରେଗୁଲାର ପିଲାଙ୍କ ମାର୍କିଂ ମ୍ୟାଟ୍ରିକ ଭିତ୍ତିରେ ହେବା ବେଳେ ଏକ୍ସରେଗୁଲାର ପିଲାଙ୍କ ମାର୍କିଂ ପୂର୍ବଥର +୨ ପରୀକ୍ଷା ଭିତ୍ତିରେକରାଯିବ। ଯେଉଁମାନେ ମାର୍କରେ ସନ୍ତୁଷ୍ଟ ନ ହେବେ, ପରେ ସେମାନେ ପରୀକ୍ଷା ଦେଇପାରିବେ। ପରିସ୍ଥିତି ସ୍ବଭାବିକ ହେଲା ପରେ ପରୀକ୍ଷା ଦେଇପାରିବେ ବୋଲ ସିଏଚ୍‌ସିଇ ସ୍ପଷ୍ଟ କରିଛି।

Share