ଅଯୋଧ୍ୟା,୨୨।୧: ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣପ୍ରତିଷ୍ଠା ସମାରୋହର ଚାଲିଛି। ଏହା ରାମଙ୍କ ଭକ୍ତମାନଙ୍କ ପାଇଁ ଏକ ‘ସ୍ବପ୍ନ ସାକାର ହେବା’ ଭଳି। ରାମମନ୍ଦିର ଆନ୍ଦୋଳନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସାଧ୍ୱୀ ରୀତାମ୍ବରା ଏବଂ ଉମା ଭାରତୀ ସୋମବାର ରାମମନ୍ଦିର ଉଦ୍ଘାଟନ ତଥା ପ୍ରାଣପ୍ରତିଷ୍ଠାର ଐତିହାସିକ ଉତ୍ସବରେ ପରସ୍ପରକୁ ଭେଟିଥିଲେ। ଉଭୟ କୋଳାଗ୍ରତ କରି ଭୋ ଭୋ କାନ୍ଦିଥିଲେ। ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସେମାନେ ସାକ୍ଷାତ ହୋଇଥିଲେ। ତାଙ୍କ ଆଖିରୁ ଖୁସିର ଲୁହ ଝରିପଡିଥିଲା। ରାମମନ୍ଦିରଙ୍କ ଆନ୍ଦୋଳନ ସମୟରେ ସେମାନଙ୍କ ସଂଗ୍ରାମର ସମାପ୍ତି ଦେଖିବା ପରେ ଉଭୟଙ୍କ ଆଖିରେ ଲୁହ ଆସିଯାଇଥିଲା। ରାମମନ୍ଦିର ପାଇଁ ଉଭୟ ବଡ଼ ଭୂମିକା ନିର୍ବାହ କରିଥିଲେ।
Posted inଜାତୀୟ