ବ୍ରାଜିଲରେ ହେବ ୨୦୨୪ ଜି-୨୦ ସମ୍ମିଳନୀ, ଦାୟିତ୍ୱ ହସ୍ତାନ୍ତର କରିବେ ମୋଦି

ନୂଆଦିଲ୍ଲୀ,/ବ୍ରାସିଲିଆ,୧୦ା୯: ଆଜି ଅର୍ଥାତ୍‌ ରବିବାର ହେଉଛି ଜି-୨୦ ସମ୍ମିଳନୀର ଦ୍ୱିତୀୟ ଦିନ। ଆଜି ଜି -୨୦ ସଦସ୍ୟ ଦେଶଗୁଡ଼ିକର ପ୍ରତିନିଧି ଏବଂ ମୁଖ୍ୟମାନେ ଏହି ସମ୍ମିଳନୀର ତୃତୀୟ ଅଧିବେଶନରେ ଅଂଶଗ୍ରହଣ କରୁଛନ୍ତି, ଯାହାର ନାମ ‘ଓ୍ବାନ୍‌ ଫ୍ୟୁଚର’। ଏହାପୂର୍ବରୁ ଜି -୨୦ ନେତାମାନେ ରାଜଘାଟରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ବାପୁଙ୍କ ପାଇଁ ୧ ମିନିଟ୍‌ର ନୀରବ ପ୍ରାର୍ଥନା କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ନେତାଙ୍କୁ ଖଦିର ଷ୍ଟଲ୍‌ ଦେଇ ସ୍ବାଗତ କରିଥିଲେ। ଅନ୍ୟ ପ୍ରତିନିଧିମାନେ ଭାରତ ମଣ୍ଡପମ୍‌ର ଲିଡର୍ସ ଲାଉଞ୍ଜରେ ପହଞ୍ଚିଥିଲେ। ଜି -୨୦ ଶିଖର ସମ୍ମିଳନୀର ତୃତୀୟ ଅଧିବେଶନ ଅପରାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ଚାଲିଥିଲା। ଅନ୍ୟପକ୍ଷରେ ୨୦୨୪ ଜି-୨୦ ସମ୍ମିଳନୀ ବ୍ରାଜିଲରେ ଆୟୋଜିତ ହେବ। ତେବେ ବାଜିଲ ରାଷ୍ଟ୍ରପତି ଲୁଲା ଡା ସିଲ୍‌ଭାଙ୍କୁ ଆଜି ଦାୟିତ୍ୱ ହସ୍ତାନ୍ତର କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Share