Categories: ଖେଳ

ଗୋଟିଏ ଓଭରରେ ୭ ଛକା ମାରି ସମସ୍ତଙ୍କ ଆଶ୍ଚର୍ଯ୍ୟ କଲେ ୨୧ ବର୍ଷୀୟ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୮।୭: ଆଫଗାନିସ୍ତାନ କ୍ରିକେଟ ଦଳର ୨୧ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ ସେଦିକୁଲ୍ହା ଅଟଳ ଗୋଟିଏ ଓଭରରେ ୭ଟି ଛକା ମାରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ସେଦିକୁଲ୍ହା କାବୁଲ ପ୍ରିମିୟର ଲିଗରେ ବୋଲର ଅମିର ଜଜାଇଙ୍କ ଓଭରରେ ଏହି ପ୍ରଦର୍ଶନ କରିଥିଲେ। ଶାହିନ ହଣ୍ଟର୍ସ ଏବଂ ଆବାସିନ ଡିଫେଣ୍ଡରଙ୍କ ମଧ୍ୟରେ ହୋଇଥିବା ମ୍ୟାଚ୍‌ରେ ଶାହିନ ହଣ୍ଟର୍ସ ପାଇଁ ଖେଳୁଥିବା ସେଦିକୁଲ୍ହା କେବଳ ଦଳକୁ ସଙ୍କଟରୁ ବାହାର କରି ନ ଥିଲେ ବରଂ ଦଳକୁ ମ୍ୟାଚ ଜିତିବା ସ୍ଥିତିକୁ ନେବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ହଣ୍ଟର୍ସ ଇନିଂସର ୧୯ତମ ଓଭରରେ ବୋଲିଂ କରିବାକୁ ଆସିଥିବା ସେଦିକୁଲ୍ହା କ୍ରମାଗତ ୭ ଛକା ମାରିଥିଲେ। ଏହି ଓଭରରେ ଅମିର ଗୋଟିଏ ନୋ ଏବଂ ଗୋଟିଏ ଓ୍ବାଇଡ୍‌ ବଲ୍‌ ଫିଙ୍ଗିଥିଲେ। ଅମିର ତାଙ୍କ ଓଭରରେ ମୋଟ ୪୮ ରନ ଦେଇଥିଲେ। ୫୬ଟି ବଲରେ ୧୧୮ ରନର ଅପରାଜିତ ଇନିଂସ ଖେଳି ୭ ଚୌକା ଓ ୧୦ ଛକା ସହାୟତାରେ ଇନିଂସ ଶେଷ ପର୍ଯ୍ୟନ୍ତ ଖେଳିଥିଲେ।
ଭାରତୀୟ ଖେଳାଳି ଋତୁରାଜ ଗାଇକ୍ୱାଡ ମଧ୍ୟ ଏକ ଓଭରରେ ୭ଟି ଛକା ମାରିଥିଲେ। ଗତ ବର୍ଷ ବିଜୟ ହଜାରେ ଟ୍ରଫି ସମୟରେ ଏକ ଓଭରରେ ୭ଟି ଛକା ମାରିଥିଲେ। ସେଦିକୁଲ୍ହା ଏପର୍ଯ୍ୟନ୍ତ ଆଫଗାନିସ୍ତାନ ପାଇଁ ଗୋଟିଏ ଟି-୨୦ ମ୍ୟାଚ ଖେଳିଛନ୍ତି।

Share