ଓଡ଼ିଶା କଂଗ୍ରେସର ୨୬ଜଣିଆ ନିର୍ବାଚନ ପରିଚାଳନା କମିଟି, ତାଲିକାରେ ଏହି ବଡ଼ ନେତା

ଭୁବନେଶ୍ୱର,୧୭।୪: ଓଡ଼ିଶା ଲୋକ ସଭା ଓ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ୨୬ ଜଣିଆ ନିର୍ବାଚନ ପରିଚାଳନା କମିଟି ତାଲିକା ବୁଧବାର ଜାରି ହୋଇଛି। ଏହି ତାଲିକାକୁ ଅଖିଳ ଭାରତୀୟ ଜାତୀୟ କଂଗ୍ରେସର ଅନୁମୋଦନ କରିଥିବା ନେଇ ସାଧାରଣ ସଂପାଦକ କେ.ସି ବେଣୁଗୋପାଳ ସୂଚନା ଦେଇଛନ୍ତି।

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ନିର୍ବାଚନ ପରିଚାଳନା କମିଟିରେ ପ୍ରସାଦ ହରିଚନ୍ଦନଙ୍କୁ ସଭାପତି ଦାୟିତ୍ୱ ମିଳିଛି। ମନୋରଂଜନ ଦାସ ଆବାହକ ଥିବା ବେଳେ ବାଙ୍କନିଧି ବେହେରା ଓ ବିକାଶ ଗରାବ ଯୁଗ୍ମ ଆବାହକ ଭାବେ ସ୍ଥାନ ପାଇଛନ୍ତି। ଏହି କମିଟିରେ ନିରଂଜନ ପଟ୍ଟନାୟକ, ଜୟଦେବ ଜେନା, ଭକ୍ତଚରଣ ଦାସ, ଶ୍ରୀକାନ୍ତ ଜେନା, ସୁଶୀଳା ତିରିଆ, ଶରତ ରାଉତ, ରାମଚନ୍ଦ୍ର ଖୁଣ୍ଟିଆ, ବିଜୟ କୁମାର ପଟ୍ଟନାୟକ, ପଞ୍ଚାନନ କାନୁନଗୋ, ଜଗନ୍ନାଥ ପଟ୍ଟନାୟକ ଓ ନକୁଳ ନାୟକ ଅଛନ୍ତି। ସେହିପରି ନବଜ୍ୟୋତି ପଟ୍ଟନାୟକ, ମାନସ ଚେଧୁରୀ, ହମିଦ ହୁସେନ, ବନ୍ଦିତା ପରି ଶୁଭେନ୍ଦୁ ମହାନ୍ତି, ମନୋଜ ଜେନା, ଦେବଶ୍ରୀଶ ଭୂୟା, ସୀତାଂଶୁ ଦାସ, କିଶୋର ଜେନା, ଲୋକନାଥ ମହାରଥୀ, ରାଜୀବ ପଟ୍ଟନାୟକ ନିର୍ବାଚନ ପରିଚାଳନା କମିଟିରେ ସ୍ଥାନ ପାଇଛନ୍ତି।

Share