କପିରେ ଧରାପଡ଼ିଥିବା ଯୁକ୍ତ୨ ଛାତ୍ରୀଛାତ୍ର ୨୯ ସୁଦ୍ଧା ପକ୍ଷ ରଖିବେ

ଭୁବନେଶ୍ୱର,୧୬ା୬ (ଅନୁରାଧା ମହାରଣା): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷାରେ କପି କରି ଧରାପଡ଼ିଥିବା ଛାତ୍ରୀଛାତ୍ର ନିଜ ପକ୍ଷ ରଖିବେ। ଆସନ୍ତା ୨୯ ତାରିଖ ଅପରାହ୍ନ ୫ଟା ସୁଦ୍ଧା ପରୀକ୍ଷା ନିୟନ୍ତ୍ରକଙ୍କ ନିକଟରେ ଲିଖିତ ଆକାରରେ ନିଜ ପକ୍ଷ ରଖିବାକୁ ପରିଷଦ ପକ୍ଷରୁ କୁହାଯାଇଛି। କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ପରୀକ୍ଷାରେ କପି କରୁଥିବା ସମୟରେ ଧରାପଡ଼ିଥିବା ଛାତ୍ରୀଛାତ୍ର ପୋଷ୍ଟ ମାଧ୍ୟମରେ କିମ୍ବା ନିଜେ ପରିଷଦ କାର୍ଯ୍ୟାଳୟରେ ଲିଖିତ ପତ୍ର ଦାଖଲ କରିପାରିବେ। ତେବେ ନିର୍ଦ୍ଧାରିତ ତାରିଖ ଓ ସମୟରୁ ବିଳମ୍ବରେ ଲିଖିତ ପତ୍ର ହସ୍ତଗତ ହେଲେ ତାହାକୁ ବିଚାରକୁ ନିଆଯିବ ନାହିଁ ବୋଲି ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି।

Share