ନକଲି ଡାକ୍ତରଙ୍କ ଖୋଲିବ ୩୦ ବର୍ଷର ଗୁମର

ଭୁବନେଶ୍ୱର,୧୯।୨(ବ୍ୟୁରୋ): ନକଲି ଡାକ୍ତର ରମେଶ ସ୍ବାଇଁ ଶନିବାରଠାରୁ ୫ ଦିନିଆ ରିମାଣ୍ଡରେ ଯାଇଛନ୍ତି। ଏସଡିଜେଏମ୍‌ କୋର୍ଟ ଅନୁମତି ପରେ କମିଶନରେଟ ପୋଲିସ ତାଙ୍କୁ ରିମାଣ୍ଡରେ ନେଇଛି। ରିମାଣ୍ଡ ଅବଧି ସମୟରେ ରମେଶଙ୍କ ୩୦ ବର୍ଷର ଅପରାଧିକ ଭିତ୍ତିଭୂମୀ ଖୋଳତାଡ଼ କରାଯିବ। ରମେଶଙ୍କ ବିରୋଧରେ ୧୮ ସ୍ତ୍ରୀ ଥିବା ସହ ଲୋକଙ୍କ ଠାରୁ ଟଙ୍କା ଠକେଇ ଅଭିଯୋଗ ହୋଇଥିଲା । ରମେଶ ଦୀର୍ଘ ୨ ବର୍ଷ ଧରି ଫେରାର ଥିଲେ। ସେ ଏମବିବିଏସ୍‌ ନୁହଁ ବରଂ ଦଶମ ଫେଲ ବୋଲି ତଦନ୍ତ ବେଳେ ପୋଲିସ ହାତରେ ସାଂଘାତିକ ତଥ୍ୟ ଲାଗିଥିଲା । ରମେଶଙ୍କ ସମ୍ପର୍କୀୟଙ୍କୁ ପଚରାଉଚରା ପରେ ପୋଲିସ ଏ କଥା ଜାଣିବାକୁ ପାଇଥିଲା ।

Share