Categories: ରାଜ୍ୟ

କଂଗ୍ରେସର ୩୩ ଜଣିଆ ଗଣମାଧ୍ୟମ କମିଟି ଘୋଷିତ

ଭୁବନେଶ୍ୱର,୧।୭(ବ୍ୟୁରୋ): ସର୍ବଭାରତୀୟ ଜାତୀୟ କଂଗ୍ରେସର ସାମାଜିକ ଗଣମାଧ୍ୟମ ବିଭାଗ ଓ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ରାଜ୍ୟ ସାମାଜିକ ଗଣମାଧ୍ୟମ ଏବଂ ଡିଜିଟାଲ ମିଡିଆ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ ଏକ ୩୨ ଜଣିଆ ନୂତନ କମିଟି ଗଠନ କରିଛନ୍ତି। ଏଥିରେ ୧୨ ଜଣ ସାଧାରଣ ସମ୍ପାଦକ ଓ ୨୦ଜଣ ସମ୍ପାଦକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ମାତ୍ର ଏହି କମିଟି ଗଠନ ହୋଇ ଘୋଷଣା ହେବାର କିଛି ସମୟ ମଧ୍ୟରେ ଏହାକୁ ନେଇ କେଁ ଦେଖାଦେଇଛି। ସାମାଜିକ ଗଣମାଧ୍ୟମ ଜରିଆରେ ଏହି କମିଟିରେ କାର୍ଯ୍ୟ କରିବାକୁ ରବୀନ୍ଦ୍ର ଆଚାର୍ଯ୍ୟ ଅନିଚ୍ଛା ବ୍ୟକ୍ତ କରିଛନ୍ତି। ପିସିସି ପକ୍ଷରୁ ଜାରି ଏହି କମିଟି ତାଲିକା ଅନୁସାରେ ସାଧାରଣ ସମ୍ପାଦକଭାବେ ଚେତନ ମିଶ୍ର, ପୀତବାସ ପଣ୍ଡା, ଜୟତା ରାୟ, ଶିବମ ପଟ୍ଟନାୟକ, ଦୀପକ ମହାପାତ୍ର, ରବୀନ୍ଦ୍ର ଆଚାର୍ଯ୍ୟ, ଅଭିଳାଷ ପତି, ସମ୍ବିତ ଶ୍ରୀଚନ୍ଦନ, ସମସିଦା ତାୟବ, ପ୍ରିୟବ୍ରତ ସାହୁ, ଶୈଳେନ୍ଦୁ ଦାସ ଓ ପୱନ ଶର୍ମା ନିଯୁକ୍ତି ପାଇ ଥିବାବେଳେ ସେହିପରି ସମ୍ପାଦକ ଭାବେ ମିହିର ରାୟ, ଚନ୍ଦନ ରାୟ, ମାହେପର ନିଖତ, ଜଗତ ଜୀବନ ମହାନ୍ତି, ମାନସ ଆଚାର୍ଯ୍ୟ, ଚିନ୍ମୟ ହୋତା, ଅତିଥ୍ୟ ଦିବ୍ୟସିଂହ, ରଞ୍ଜିତ ପଣ୍ଡା, ଗଣେଶ ସାହୁ, ମୁରଲୀଧର ନାୟକ, ସୁବାସ ନାୟକ, ଅମିତ କୁମାର ନାୟକ, ମୁକେଶ ଅଗ୍ରୱାଲ, ଆସଲମ ଖାନ୍‌, ବିନ୍ଦୁଜା ଉପାଧ୍ୟାୟ, ସତ୍ୟବ୍ରତ ଗୁରୁ, ବିଶ୍ୱଜିତ୍‌ ସ୍ବାଇଁ, ସର୍ବଜିତ ପଟ୍ଟନାୟକ, ଚନ୍ଦନ ପଟ୍ଟନାୟକ ଓ ମାନସ ପରିଡ଼ା ନିଯୁକ୍ତି ପାଇଛନ୍ତି। ସାମାଜିକ ଗଣମାଧ୍ୟମ ରାଜ୍ୟର ସ୍ବାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଅଧିକ ଲୋକମାନଙ୍କ ପାଖରେ ପହଞ୍ଚାଇବେ। କଂଗ୍ରେସର ନୀତି, ଆଦର୍ଶ ଓ ଚିନ୍ତାଧାରାକୁ ରାଜ୍ୟରେ ପ୍ରତ୍ୟେକ ବର୍ଗର ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ନିଷ୍ପତ୍ତି ଗ୍ରହଣ ହୋଇଛି।

Share