ବନ୍ଦ  ହେଲା ହୀରାକୁଦର ୪ ଗେଟ୍‌

ସମ୍ବଲପୁର ୨୬।୯: ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ ବନ୍ଦ ହୋଇଛି । ବର୍ତ୍ତମାନ ୧୦ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି। ଫଳରେ ବାମ ପାଶର୍‌ବରେ ୬ଟି ଏବଂ ଡାହାଣ ପାଶର୍‌ବରେ ୪ଟି ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି ।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳ ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୮.୭୭ ଫୁଟ ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୨ ଲକ୍ଷ ୮୦ ହଜାର ୩୨୮ କ୍ୟୁସେକ ଜଳ ପ୍ରବେଶ କରୁଛି। ସେହିଭଳି ୨ ଲକ୍ଷ ୬୭ ହଜାର  ୬୨୩ କ୍ୟୁସେକ ଜଳ ନିଷ୍କାସିତ ହେଉଛି।
Share