Advertisement

ସାତସାନ ଯୁବକଙ୍କ ପ୍ରେମରେ ଉବୁଟୁବୁ ୪୯ ବର୍ଷୀୟା ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ଅମିଶା ପଟେଲ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଆଲୋଚନାକୁ ଆସିଛନ୍ତି। ୪୯ ବର୍ଷୀୟ ଅମିଷାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ସେ ଜଣେ ଯୁବକଙ୍କ ସହ ଫଟୋ ପୋଜ୍‌ ଦେଉଥିବାର ଦେଖାଯାଇଛି। ଅମିଷାଙ୍କ ସହ ଥିବା ବ୍ୟକ୍ତି ହେଉଛନ୍ତି କୋଟିପତି ବ୍ୟବସାୟୀ ନିର୍ବାଣ ବିର୍ଲା। ସେ ତାଙ୍କଠାରୁ ୧୯ ବର୍ଷ ସାନ। ଫଟୋରେ ଅମିଷା ନିର୍ବାଣଙ୍କ କୋଳରେ ବସିଥିବାର ନଜର ଆସିଛନ୍ତି।

ଏହା ପ୍ରଥମ ଥର ନୁହେଁ ଯେ ଅମିଷାଙ୍କ ନାମ କାହା ସହିତ ଲିଙ୍କ ହୋଇଛି। ତାଙ୍କ ପୂର୍ବରୁ ବିକ୍ରମ ଭଟ୍ଟ, କାନଭ ପୁରୀ, ନେସ ୱାଡିଆ,କୁନାଲ ଗୋମାର ସହ ତାଙ୍କ ପ୍ରେମ ସମ୍ପର୍କ ଥିବା ଚର୍ଚ୍ଚାକୁ ଆସିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share