ବାଡ଼ିରେ ବୁଲୁଥିଲା ୫ ଫୁଟିଆ ନାଗ, ଆଉ ତା’ ପରେ

ବାଲେଶ୍ୱର ଅଫିସ,୨।୬: ବାଲେଶ୍ୱର ଜିଲାର ରାଇବଣିଆ ଥାନା ଅନ୍ତର୍ଗତ ଗୋପାଳପୁର ଗାଁରୁ ଏକ ନାଗ ସାପ ଉଦ୍ଧାର ହୋଇଛି। ଉକ୍ତ ଗାଁର ଜୟଦେବ ବେହେରାଙ୍କ ବାଡିରୁ ଏହି ୫ ଫୁଟିଆ ନାଗ ଉଦ୍ଧାର ହୋଇଛି। ତେବେ ଏକ ବର୍ଷ ପୂର୍ବେ ସେଠାରୁ ଏକ ନାଗ ଉଦ୍ଧାର କରାଯାଇଥିବା ବେଳେ ବର୍ତ୍ତମାନ ଆଉ ଏକ ଉଦ୍ଧାର ହୋଇଛି । ଖବରପାଇ ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ଅଶ୍ୱିନୀ କୁମାର ଦାସ ଅଧିକାରୀ, ଫରେଷ୍ଟର ଦୁଷ୍ମନ୍ତ ଜେନା ପ୍ରମୁଖ ପହଞ୍ଚିଥିଲେ। ପରେ ସାପଟିକୁ ନେଇ ଜଙ୍ଗଲରେ ଛଡ଼ାଯାଇଥିଲା।