Posted inଜାତୀୟ

୨ ଆସନରୁ ହାରିଗଲେ ୫ଥରର ମୁଖ୍ୟମନ୍ତ୍ରୀ

ଗାଙ୍ଗ୍‌ଟକ୍‌,୨ା୬: ସିକିମ୍‌ ବିଧାନସଭା ନିର୍ବାଚନରେ ପୂର୍ବରୁ ୫ ଥର ମୁଖ୍ୟମନ୍ତ୍ରୀ ଥିବା ସିକିମ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ (ଏସ୍‌ଡିଏଫ୍‌) ସୁପ୍ରିମୋ ପଓ୍ବନ କୁମାର ଚାମ୍‌ଲିଙ୍ଗ ଉଭୟ ପୋକ୍‌ଲୋକ କାମରଙ୍ଗ ଏବଂ ନାମଚେବୁଙ୍ଗ ଆସନରୁ ହାରିଯାଇଛନ୍ତି। ଚାମ୍‌ଲିଙ୍ଗ ପୂର୍ବରୁ ୮ ଥର ବିଧାୟକ ଥିଲେ। ସେ ପୋକ୍‌ଲୋକ ଆସନରେ ସିକିମ୍‌ କ୍ରାନ୍ତିକାରୀ ମୋର୍ଚ୍ଚା (ଏସ୍‌କେଏମ୍‌) ପ୍ରାର୍ଥୀ ଭୋଜରାଜ ରାୟଙ୍କଠାରୁ ୩,୦୬୩ ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି। ରାୟ ୮,୦୩୭ ଖଣ୍ଡ ଭୋଟ ପାଇଥିବାବେଳେ ଚାମ୍‌ଲିଙ୍ଗଙ୍କୁ ୪,୯୭୪ ଖଣ୍ଡ ଭୋଟ ମିଳିଛି। ସେହିପରି ନାମଚେବୁଙ୍ଗ ଆସନରେ ଚାମଲିଙ୍ଗ ଏସ୍‌କେଏମ୍‌ ପ୍ରାର୍ଥୀ ରାଜୁ ବାସ୍‌ନେଟଙ୍କଠାରୁ ୨,୨୫୬ ଭୋଟରେ ପରାଜିତ ହୋଇଛନ୍ତି। ବାସ୍‌ନେଟ ୭,୧୯୫ ଭୋଟ ପାଇଥିବାବେଳେ ଚାମ୍‌ଲିଙ୍ଗଙ୍କୁ ୪,୯୩୯ ଖଣ୍ଡ ଭୋଟ ମିଳିଛି। ଚାମ୍‌ଲିଙ୍ଗ ୧୯୯୪ରୁ ୨୦୧୯ ଦୀର୍ଘ ୨୫ ବର୍ଷ ଧରି ସିକିମ ମୁଖ୍ୟମନ୍ତ୍ରୀ ରହିଥିଲେ। ୩୯ ବର୍ଷ ମଧ୍ୟରେ ସେ ପ୍ରଥମ ଥର ପାଇଁ ବିଧାନସଭା ଯିବାରୁ ବଞ୍ଚତ୍ତ ହୋଇଛନ୍ତି। ଏସ୍‌ଡିଏଫ୍‌ ସମସ୍ତ ୩୨ ଆସନରେ ପ୍ରାର୍ଥୀ ଦେଇଥିବାବେଳେ ମାତ୍ର ଗୋଟିଏ ଆସନ ଜିତିବାରେ ସକ୍ଷମ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri